ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ଭାରତ-ପାକିସ୍ତାନ ମ୍ୟାଚର କ୍ରେଜ ଆକାଶଛୁଆଁ

0

ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚକୁ ସାଧାରଣତଃ କ୍ରିକେଟ ପ୍ରେମୀମାନେ ଚାହିଁ ରହିଥାନ୍ତି । ଆଉ ଯେଉଁ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥାଏ, ତାହାର ଡିମାଣ୍ଡ ମଧ୍ୟ ବେଶ୍ ରହିଥାଏ । ଏହି ମ୍ୟାଚ ଦେଖିବା ପାଇଁ ଦର୍ଶକ ପାଗଳ ପରି ଟିକେଟ କିଣିଥାନ୍ତି । ଚଳିତ ବର୍ଷ ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଆଇସିସି ଟି୨୦ ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ତେବେ ଅକ୍ଟୋବର ୨୨ରୁ ମୁଖ୍ୟ ମୁକାବିଲା ଆରମ୍ଭ ହେବାକୁ ଯାଉଛି । ୭ଟି ସହରରେ ଖେଳାଯାଉଥିବା ଏହି ମ୍ୟାଚକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି । ପ୍ରଥମ ମ୍ୟାଚ ଗତବର୍ଷର ଚାମ୍ପିଅନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

ତେବେ ବିଶ୍ଵ କପରେ ଅକ୍ଟୋବର ୨୩ରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । ବହୁପ୍ରତୀକ୍ଷିତ ଏହି ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଏଥିପାଇଁ ଦର୍ଶକଙ୍କ ମଧ୍ୟରେ ନାହିଁନଥିବା ପ୍ରତିଯୋଗିତା ଦେଖିବାକୁ ମିଳିଛି । ମାତ୍ର ୧୦ ମିନିଟରେ ୯୦ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇ ସାରିଛି । ତେବେ ଏଥିରୁ ଜଣାପଡୁଛି ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ପାଇଁ ଦର୍ଶକ କେତେ ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.