ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

କୋଇଲାଖଣି ବିସ୍ଫୋରଣରେ ୨୫ ମୃତ

0

ବାର୍ତ୍ତିନ ପ୍ରଦେଶ; ତୁର୍କୀ ଉତ୍ତରାଞ୍ଚଳ ଅନ୍ତର୍ଗତ ବାର୍ତିନ୍‌ ପ୍ରଦେଶ ସ୍ଥିତ ଏକ କୋଇଲାଖଣିରେ ବିସ୍ଫୋରଣ ଘଟିଛି । ଏଥିରେ ଅନ୍ୟୂନ ୨୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଏବେବି ପ୍ରାୟ ୫୦ଜଣ ଖଣି ଭିତରେ ଫସି ରହିଥିବା ସୂଚନା ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଘଟିବା ବେଳେ ଖଣିରେ ସମୁଦାୟ ୧୧୦ଜଣ ଶ୍ରମିକ ଥିଲେ ବୋଲି ଗୃହମନ୍ତ୍ରୀ ସୁଲେମାନ୍‌ ସୋୟଲୁ କହିଛନ୍ତି।

ତେବେ ଫସିରହିଥିବା ଶ୍ରମିକମାନଙ୍କ ମଧ୍ୟରୁ କେତେକ ନିଜେ ନିଜେ ବାହାରି ଆସିଛନ୍ତି, ଆଉ କେତେକଙ୍କୁ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି। ଖଣି ଭିତରେ ଭୂଗର୍ଭର ୧୦୦୦ରୁ ୧,୧୫୦ ଫୁଟ୍ ଅଭ୍ୟନ୍ତର‌ର ଦୁଇଟି ପୃଥକ୍‌ ଅଞ୍ଚଳରେ ୪୯ଜଣ ଶ୍ରମିକ ଫସି ରହିଥିବା ଖବରକୁ ମଧ୍ୟ ସେ ସୁନିଶ୍ଚିତ କରିଛନ୍ତି।
ତେବେ ପ୍ରାଥମିକ ସୂଚନାରୁ ଅନୁଯାୟୀ, ‘ଫାୟାର୍‌ଡ୍ୟାମ୍ପ୍‌’ (ଖଣିରେ ଥିବା ମିଥେନ୍‌ ବାଷ୍ପ) ଯୋଗୁଁ ସନ୍ଧ୍ୟା ପ୍ରାୟ ୬.୧୫ରେ ବିସ୍ଫୋରଣ ଘଟିଛି। କିନ୍ତୁ, ବିସ୍ଫୋରଣ ପ୍ରକୃତ କାରଣ ଏଯାବତ୍‌ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.