ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଧାମ ନଗରରେ ବଳ କଷାକଷି ହେବେ

0
  • ବିଜେଡି ପାଇଁ ଓହ୍ଲାଇବେ ନବୀନ, ବାଦ୍ ପଡ଼ିଲେ ସଂଜୟ
  • କଂଗ୍ରେସ ତାଲିକାରେ ମହମ୍ମଦ ମୋକିମ୍ ନାହାନ୍ତି
  • ବିଜେପି ପାଇଁ ରାସ୍ତାକୁ ଓହ୍ଲାଇବେ ତିନି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ନିର୍ବାଚନ ଆୟୋଗଙ୍କୁ ତାଙ୍କ ପ୍ରଚାର ତାଲିକା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବାକୁ ଯିବେ। କେବଳ ସେ ନୁହେଁ, ଦଳର ଆଉ ୩୯ଜଣଙ୍କ ନାମ ବି ଏହି ତାଲିକାରେ ରହିଛି।

ହେଲେ ରାଜନୈତିକ ମହଲକୁ ଆଚମ୍ବିତ କରିବା ଭଳି ଗୋଟିଏ ଚିତ୍ର ସାମ୍ନାକୁ ଆସିଛି। ତାହା ହେଲା, ଏହି ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଉ ୭ ମନ୍ତ୍ରୀ, ୪ ସାଂସଦ ଏବଂ ୪ଜଣ ଅଭିନେତାଙ୍କୁ ସ୍ଥାନ ମିଳିଥିବା ବେଳେ ବିଜେଡିର ସାଧାରଣ ସଂପାଦକ (ମୁଖ୍ୟାଳୟ) ସଂଜୟ ଦାସବର୍ମାଙ୍କୁ ଏଥିରୁ ବାଦ୍ ଦିଆଯାଇଛି। କେବଳ ସଂଜୟ ନୁହଁନ୍ତି, ବିବାଦରେ ଥିବା ମନ୍ତ୍ରୀ ସମୀର ଦାସ, ଅନୁଭବ ମହାନ୍ତି ନାହାନ୍ତି। ବରଂ ଅରିନ୍ଦମ ରାୟଙ୍କୁ ତାଲିକାରେ ସାମିଲ କରାଯାଇଛି।

ପୂର୍ବରୁ ସଂଜୟଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ କଢାଯାଇଥିଲା। ଯଦିଓ ଉପାଧ୍ୟକ୍ଷ ଭାବେ କାହାକୁ ନିଯୁକ୍ତି ଦିଆଯାଇନାହିଁ, ତେବେ ପ୍ରକାଶିତ ତାଲିକାରେ ତାଙ୍କ ନାମ ନାହିଁ। ଏବେ ପ୍ରଚାର ତାଲିକାରୁ ତାଙ୍କୁ ବାଦ୍ ଦିଆଯିବା ପରେ ଦଳର କର୍ମୀମହଲକୁ ଭିନ୍ନ ବାର୍ତ୍ତା ଯାଉଛି।

ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ଅଶ୍ୱନୀ ପାତ୍ର ଓ ରାଜେନ୍ଦ୍ର ଢ଼ୋଲକିଆ ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତିରଞ୍ଜନ ଘଡ଼ାଇ ଅଛନ୍ତି। ଏହାବ୍ୟତୀତ ବିଭିନ୍ନ ସଂଗଠନର ମୁଖିଆ ଦେବୀରଞ୍ଜନ ତ୍ରିପାଠୀ, ବ୍ୟୋମକେଶ ରାୟ ଓ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବି ସାମିଲ କରାଯାଇଛି। ସେହିପରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଦଳ ଏଠାରେ ଆଗକୁ ବଢ଼ୁଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଶ୍ରୀମୟୀ ମିଶ୍ର, ଆକାଶ ଦାସ, ସତ୍ୟବ୍ରତ ତ୍ରିପାଠୀ, ଏଲିନା ଦାସ ପ୍ରମୁଖ ୪୦ଜଣଙ୍କୁ ସାମିଲ କରାଯାଇଛି ।

ସେହିଭଳି ଅନ୍ୟ ଏକ ରାଜନୈତିିକ ଘଟଣା କ୍ରମରେ କଂଗ୍ରେସ ବି ତାର ତାଲିକା ଜାରି କରିଛି। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଡାକ୍ତର ଚେଲ୍ଲାକୁମାର, ୮ ବିଧାୟକଙ୍କ ସମେତ ୩୦ଜଣ ଟାଣୁଆ ନେତା ସ୍ଥାନ ପାଇଛନ୍ତି। ହେଲେ ଏଥିରେ କିନ୍ତୁ ମହମ୍ମଦ ମୋକିମଙ୍କ ନାମ ନାହିଁ। ନିକଟରେ ଗୋଟିଏ ଦୁର୍ନୀତି ମାମଲାରେ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ ତାଙ୍କୁ ଦଣ୍ଡିତ କରିଛନ୍ତି ଓ ମାମଲାଟି ହାଇକୋର୍ଟରେ ରହିଛି। ଏହାବ୍ୟତୀତ ବିଭିନ୍ନ କାରଣରୁ ନେଇ ମୋକିମ୍ ଓ କଂଗ୍ରେସ ମଧ୍ୟରେ ପୂର୍ବଭଳି ସୁସଂପର୍କ ନାହିଁ।

ତିନି ପୂର୍ବତନ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କ ବ୍ୟତୀତ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ସପ୍ତଗିରି ଉଲ୍ଲାକା, କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, କଂଗ୍ରେସ ନେତା ଭକ୍ତ ଦାସ, ଶରତ ରାଉତ, ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଦଳୀୟ ପ୍ରାର୍ଥୀ ହରେକୃଷ୍ଣ ସେଠୀଙ୍କ ପାଇଁ ପ୍ରଚାର କରିବେ।

ଏଠାରେ ଉଲ୍ଲେଖଥାଉକି, ଶୁକ୍ରବାର ବିଜେପି ତାର ତାଲିକା ଜାରିି କରିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ ମନ୍ତ୍ରୀଙ୍କ ନାମ ରହିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବ୍ୟତୀତ ପ୍ରଭାରୀ ପୁରେନ୍ଦେଶ୍ୱରୀ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ବିଜୟପାଲ ସିଂ ତୋମାର, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର, ମନମୋହନ ସାମଲଙ୍କ ସମେତ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଓ ବିଧାୟକ ମୋହନ ମାଝୀ, ସୁକାନ୍ତ ନାୟକ, ଭାସ୍କର ମଢ଼େଇ, ପ୍ରକାଶ ସୋରେନ, ନବଚରଣ ମାଝୀ, ସନାତନ ବିଜୁଳି, ବୁଧାନ ମୁର୍ମୁ, ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖଙ୍କ ନାମ ରହିଛି।

Leave A Reply

Your email address will not be published.