ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

କାହିଁକି ଫିକା ପଡ଼ିବ ଦୀପାବଳି, ପାଣିପାଗ ଚିତ୍ର ଏମିତି କହୁଛି

0

ଭୁବନେଶ୍ବର: ରାଜ୍ୟର କିଛି ଅଞ୍ଚଳରୁ ଆସନ୍ତା ୦୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବା ପାଇଁ ଅନୁକୂଳ ବାତାବରଣ ରହିଛି। ଆସନ୍ତା ୦୩ ଦିନ ଯାଏଁ ରାଜ୍ୟର ଗୋଟିଏ ଗୋଟିଏ ସ୍ଥାନରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୧୭-୧୮ ତାରିଖ ବେଳକୁ ଉତ୍ତର ଆଣ୍ଡମାନ ସାଗର ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ ଓ ଏଥି ପାଇଁ ଏବେ ଠାରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ରେ ମେଘଖଣ୍ଡ ଧୀରେ ଧୀରେ ବୃଦ୍ଧି ଓ ଏକତ୍ରିକରଣ ଆରମ୍ଭ ହେଲାଣି ବୋଲି ସାଟେଲାଇଟ ଚିତ୍ର ଦର୍ଶାଉଛି ।

ପାଣିପାଗ ଚିତ୍ର ସଂପର୍କରେ ପୂର୍ବାନୁମାନ କରି ସାର୍ଥକ ମିଶ୍ର କହୁଛନ୍ତି ଯେ ଏହି କ୍ଷେତ୍ର ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୨୦ ତାରିଖ ବେଳକୁ କେନ୍ଦ୍ରୀୟ ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରବର୍ତୀ ୪୮ ଘଣ୍ଟା ମଧ୍ୟରେ ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ଡିପ୍ରେସନ/ ଡିପ ଡିପ୍ରେସନ ର ରୂପ ନେବାର ସମ୍ଭାବନା ରହିଛି। ୨୨-୨୩ ରେ ସିଷ୍ଟମ୍ ର ତୀବ୍ରତା ଘନୀଭୂତ ପାଇଁ ଅନୁକୂଳ ବାତାବରଣ ରହିଛି। ବାତ୍ୟା ରୂପ ନେବାର ସମ୍ଭାବନାକୁ ଏଡାଇ ଦିଯାଇନପାରେ।

ତେବେ ସିଷ୍ଟମ୍ ଟି ୨୧-୨୨ ତାରିଖ ବେଳକୁ କେନ୍ଦ୍ରୀୟ/ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ପହଞ୍ଚିବା ପରେ କିଛି ମଡେଲ ମାନେ ସିଷ୍ଟମ୍ ର ଦିଗ ପରିବର୍ତ୍ତନ ବିଷୟରେ ସଂକେତ ଦେଉଛନ୍ତି। କିନ୍ତୁ ଏ ଯାଏ ସମ୍ଭାବ୍ୟ ସିଷ୍ଟମ୍ ର ଗତିପଥ ବିଷୟରେ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ ଏଥି ପାଇଁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଯାଏ ଅପେକ୍ଷା କରିବାକୁ ପଡ଼ିବ। ତେବେ ଦକ୍ଷିଣ ଆନ୍ଧ୍ର ଠାରୁ ଓଡ଼ିଶା, ପଶ୍ଚିମବଙ୍ଗ ସମ୍ଭାବ୍ୟ ସିଷ୍ଟମ୍ ପ୍ରଭାବ ରେ ୨୨ ରୁ ୨୫ ଯାଏ ବର୍ଷା ପାଇବାର ଯଥେଷ୍ଟ ସଂଭାବନା ରହିଛି । ବିଶେଷ କରି ୨୩-୨୫ ରେ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ସମେତ ଉପକୂଳ ଓଡ଼ିଶା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ଯୋଗୁଁ ଦୀପାବଳି ଫିକା ପଡ଼ିବାର ସମ୍ଭାବନା ରହିଛି।

Leave A Reply

Your email address will not be published.