ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ବନ୍ୟାରେ ଉବୁଟୁବୁ ନାଇଜେରିଆ,ଗଲାଣି ୬୦୦ରୁ ଉର୍ଦ୍ଧ୍ବ ଜୀବନ

0

ନାଇଜେରିଆରେ ଆସିଛି ପ୍ରଳୟଙ୍କରୀ ବନ୍ୟା । ଏହି ବନ୍ୟାରେ ୬୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଯାଇଛନ୍ତି । ଏଥିସହିତ ନାଇଜେରିଆ ଅନାହାର ଓ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ନାଇଜେରିଆର ମାନବୀୟ ବ୍ୟାପାର ମନ୍ତ୍ରାଳୟ ଟୁଇଟ୍ କରିଛି ଯେ, ବନ୍ୟା ଯୋଗୁଁ ପ୍ରାୟ ୧୩ ହଜାରରୁ ଅଧିକ ଲୋକ ଘରଦ୍ବାର ଛାଡିବାକୁ ବାଧ୍ୟ ହେଉଛନ୍ତି । ସେମାନେ ଗଛ ତଳେ କିମ୍ବା ଅନ୍ୟ ଆଶ୍ରୟସ୍ଥଳରେ ରହିବାକୁ ବାଧ୍ୟ ହେଉଛନ୍ତି ।

ଏଥିସହିତ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ କହିବା ଅନୁସାରେ, ଅଧିକାଂଶ ପ୍ରଦେଶ ବନ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ହୋଇଥିବାରୁ ଦେଶରେ ବନ୍ୟା ପରିସ୍ଥିତି ବେକାବୁ ହୋଇଯାଇଛି । ତେବେ ମାନବିକ ବ୍ୟାପାର ମନ୍ତ୍ରୀ ସାଦିଆ ଉମର ଫାରୁକ କହିଛନ୍ତି ଯେ ବନ୍ୟାରେ ୮୨ ହଜାରରୁ ଅଧିକ ଘର ନଷ୍ଟ ହୋଇଯାଇଛି । ପ୍ରାୟ ୨୭୨,୦୦୦ ଏକର ଫସଲ ନଷ୍ଟ ହୋଇଯାଇଛି । ନାଇଜେରିଆର ୩୬ଟି ପ୍ରଦେଶରୁ ୨୭ଟି ପ୍ରଦେଶ ବନ୍ୟାଦ୍ବାରା ପ୍ରଭାବିତ ହୋଇଛନ୍ତି।

ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ଅନୁଯାୟୀ ଅଗଷ୍ଟରେ ବନ୍ୟା ପରିସ୍ଥିତି ଆରମ୍ଭ ହୋଇଥିଲା । ତେବେ ଚଳିତ ବର୍ଷ ନଭେମ୍ବର ଶେଷ ପର୍ଯ୍ୟନ୍ତ ବନ୍ୟା ଲାଗି ରହିବ ବୋଲି ଆକଳନ କରାଯାଉଛି । ସେପଟେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରବଳ ବର୍ଷା ଯୋଗୁଁ ଏଭଳି ଭୟଙ୍କର ବନ୍ୟା ଆସିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

Leave A Reply

Your email address will not be published.