ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ବନ୍ୟାରେ ଉବୁଟୁବୁ ନାଇଜେରିଆ,ଗଲାଣି ୬୦୦ରୁ ଉର୍ଦ୍ଧ୍ବ ଜୀବନ

0

ନାଇଜେରିଆରେ ଆସିଛି ପ୍ରଳୟଙ୍କରୀ ବନ୍ୟା । ଏହି ବନ୍ୟାରେ ୬୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଯାଇଛନ୍ତି । ଏଥିସହିତ ନାଇଜେରିଆ ଅନାହାର ଓ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ନାଇଜେରିଆର ମାନବୀୟ ବ୍ୟାପାର ମନ୍ତ୍ରାଳୟ ଟୁଇଟ୍ କରିଛି ଯେ, ବନ୍ୟା ଯୋଗୁଁ ପ୍ରାୟ ୧୩ ହଜାରରୁ ଅଧିକ ଲୋକ ଘରଦ୍ବାର ଛାଡିବାକୁ ବାଧ୍ୟ ହେଉଛନ୍ତି । ସେମାନେ ଗଛ ତଳେ କିମ୍ବା ଅନ୍ୟ ଆଶ୍ରୟସ୍ଥଳରେ ରହିବାକୁ ବାଧ୍ୟ ହେଉଛନ୍ତି ।

ଏଥିସହିତ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ କହିବା ଅନୁସାରେ, ଅଧିକାଂଶ ପ୍ରଦେଶ ବନ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ହୋଇଥିବାରୁ ଦେଶରେ ବନ୍ୟା ପରିସ୍ଥିତି ବେକାବୁ ହୋଇଯାଇଛି । ତେବେ ମାନବିକ ବ୍ୟାପାର ମନ୍ତ୍ରୀ ସାଦିଆ ଉମର ଫାରୁକ କହିଛନ୍ତି ଯେ ବନ୍ୟାରେ ୮୨ ହଜାରରୁ ଅଧିକ ଘର ନଷ୍ଟ ହୋଇଯାଇଛି । ପ୍ରାୟ ୨୭୨,୦୦୦ ଏକର ଫସଲ ନଷ୍ଟ ହୋଇଯାଇଛି । ନାଇଜେରିଆର ୩୬ଟି ପ୍ରଦେଶରୁ ୨୭ଟି ପ୍ରଦେଶ ବନ୍ୟାଦ୍ବାରା ପ୍ରଭାବିତ ହୋଇଛନ୍ତି।

ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ଅନୁଯାୟୀ ଅଗଷ୍ଟରେ ବନ୍ୟା ପରିସ୍ଥିତି ଆରମ୍ଭ ହୋଇଥିଲା । ତେବେ ଚଳିତ ବର୍ଷ ନଭେମ୍ବର ଶେଷ ପର୍ଯ୍ୟନ୍ତ ବନ୍ୟା ଲାଗି ରହିବ ବୋଲି ଆକଳନ କରାଯାଉଛି । ସେପଟେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରବଳ ବର୍ଷା ଯୋଗୁଁ ଏଭଳି ଭୟଙ୍କର ବନ୍ୟା ଆସିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

Leave A Reply

Your email address will not be published.