ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଦୀପାବଳିରେ କରୋନାର ନୂଆ ଲହର !

0
  • ଦୀପାବଳିରେ ଆସିପାରେ କରୋନାର ନୂଆ ଭ୍ୟାରିଆଣ୍ଟ
  • ଭାରତରେ ଓମିକ୍ରନ ବିଏଫ୍-୭ ଚିହ୍ନଟ
  • ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ; ଦେଶରେ କରୋନା ସାମାନ୍ୟ କମୁଥିବାରୁ କଟକଣା ମଧ୍ୟ କୋହଳ ହେଉଛି । କିନ୍ତୁ ନିକଟରେ କରୋନାର ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ପରେ ଏବେ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଲାଣି । ଓମିକ୍ରନର ନୂଆ ସବ୍-ଭାରିଆଣ୍ଟସ୍ ବି.ଏ ୫-୧-୭ ଓ ବିଏଫ୍-୭ ଚିହ୍ନଟ ହୋଇଛି। ଏହା ଅତ୍ୟଧିକ ସଂକ୍ରାମକ ବୋଲି କୁହାଯାଉଛି । ଏକ ରିପୋର୍ଟ ଅନୁଯାୟୀ, ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ଦ୍ୱାରା ଭାରତରେବିଏଫ୍-୭ ର ପ୍ରଥମ ମାମଲା ଚିହ୍ନଟ ହୋଇଛି । ଏହି ନୂତନ ସବ୍-ଭାରିଆଣ୍ଟ ଏତେ ସଂକ୍ରାମକ ଯେ, ଯାହା ଟୀକାକରଣରୁ ରୋଗ ପ୍ରତିରୋଧକ ଶକ୍ତିକୁ କମାଇ ଦେଇଥାଏ ।

ଆଗକୁ ଆସୁଥିବା ଆଲୋକର ପର୍ବ ଦୀପାବଳିରେ ସଂକ୍ରମଣ ବଢିପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଲୋକଙ୍କୁ ଏକପ୍ରକାର ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଯେଉଁଥିରେ କୁହାଯାଇଛି ଯେ, ନିୟମିତ ମାସ୍କକୁ ପରିଧାନ କରିବା ସହ ଦୂରତା ବଜାୟ ରଖିବା ଜରୁରୀ । ଏହାସହ ଯଦି ଦେହରେ ଲକ୍ଷଣ ଦେଖାଯାଏ , ତେବେ ନିଜକୁ ତୁରନ୍ତ ଆଇସୋଲେଟ୍ କରି ରଖନ୍ତୁ । କାରଣ ଏହା ଶିଶୁ, ବୃଦ୍ଧ, କର୍କଟ ରୋଗୀଙ୍କ ସହ ଅନ୍ୟାନ୍ୟ ଗୁରୁତର ରୋଗୀଙ୍କୁ ସହଜରେ ଆଟାକ୍ କରିପାରେ । ତେଣୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି ।

Leave A Reply

Your email address will not be published.