ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଫେରିବ କି କରୋନା ?

0

ମୁମ୍ବାଇ: ପୁଣି ବଢ଼ିଲା କରୋନା ସଂକ୍ରମଣ। ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି ।। ଏହାକୁ ଦୃଷ୍ଟିରେ ରଖି ସରକାର ଆଡଭାଇଜରୀ ଜାରି କରିଛନ୍ତି। ପୁଣେ ପରେ ଏବେ ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ଏକ୍ସବିବି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିଲାଗି ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ମୁମ୍ବାଇରେ ଗତ ତିନି ଦିନ ହେଲା ୧୫୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଆଉ ସେମାନଙ୍କ ଭିତରୁ ପାଖାପାଖି ପ୍ରତିଦିନ ୧୦ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଶୁକ୍ରବାର ମହାରାଷ୍ଟ୍ରରେ ମୋଟ ୪୭୭ ନୂଆ କୋଭିଡ୍ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରେ କେବଳ ମୁମ୍ବାଇରୁ ହିଁ ୧୭୮ଟି ମାମଲା ଚିହ୍ନଟ ହୋଇଥିଲା।ମହାରାଷ୍ଟ୍ରରେ କୋଭିଡର ନୂଆ ଏକ୍ସବିବି ସବ୍-ଭାରିଆଣ୍ଟ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି ।ଏଣୁ ଲୋକମାନଙ୍କୁ ସତର୍କ ରହିବାକୁ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.