ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ସେନା ହେଲିକପ୍ଟର ‘ରୁଦ୍ର’ ଦୁର୍ଘଟଣାଗ୍ରସ୍ତ

0

ଅରୁଣାଚଳ ପ୍ରଦେଶ; ଅରୁଣାଚଳ ପ୍ରଦେଶରେ ଘଟିଲା ଏକ ବଡ ଦୁର୍ଘଟଣା । ପୁଣି ଏକ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲ୍ଲାରେ ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ‘ରୁଦ୍ର’ କ୍ରାଶ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ମିଗିଙ୍ଗ ଜିଲ୍ଲାରେ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ସ୍ଥାନଟି ଟ୍ୟୁଟିଂ ହେଡକ୍ବାଟରଠାରୁ ୨୫ କିଲୋମିଟର ଦୂରରେ ରହିଛି । ତେବେ ଘଟଣାସ୍ଥଳକୁ ସ୍ଥଳପଥରେ କୌଣସି ଯୋଗାଯୋଗ ନଥିବା ସେନା ପକ୍ଷରୁ କୁହାଯାଇଛି। ତେବେ ଏକ ଉଦ୍ଧାରକାରୀ ଦଳକୁ ସେଠାକୁ ପଠାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁଯାୟୀ ରୁଦ୍ର ହେଉଛି ସେନାର ଏକ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର | ଅରୁଣାଚଳ ପ୍ରଦେଶରେ ହୋଇଥିବା ସେନା ହେଲିକାପ୍ଟର ଦୁର୍ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ୨ଟି ମୃତଦେହ ଉଦ୍ଧାର କରାଯାଇଛି । ହେଲିକପ୍ଟରରେ ଥିବା ଅନ୍ୟମାନଙ୍କ ତଲାସି ଜାରି ରହିଛି ହେଲିକପ୍ଟରରେ ପାଇଲଟଙ୍କୁ ମିଶାଇ ମୋଟ ୫ ଜଣ ସେନା କର୍ମଚାରୀ ଥିଲେ ।

Leave A Reply

Your email address will not be published.