ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ରକ୍ତ ପ୍ଲେଟଲେଟ ବଦଳରେ ସାଲାଇନରେ ଫଳ ରସ, ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

0

ଲକ୍ଷ୍ନୌ; ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ରକ୍ତ ପ୍ଲେଟଲେଟ ବଦଳରେ ସାଲାଇନରେ ଫଳ ରସ ଦିଆଯାଇଥିବାରୁ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡିଛି।ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ତ୍ରୁଟି କରିଥିବା ତଦନ୍ତରୁ ଜଣାପଡ଼ିଥିଲା।ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରୋଗୀଙ୍କ ପରିବାର ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ସୂଚନାନୁସାରେ; ୩୨ ବର୍ଷିୟ ରୋଗୀଙ୍କର ଆତ୍ମୀୟମାନେ ଅଭିଯୋଗ କରିଛନ୍ତି ଯେ, ପ୍ରୟାଗରାଜସ୍ଥିତ ‘ଗ୍ଲୋବାଲ୍‌ ହସ୍ପିଟାଲ୍‌ ଆଣ୍ଡ୍‌ ଟ୍ରମା ସେଣ୍ଟର୍‌’ରେ ‘ପ୍ଲାଜ୍‌ମା’ ଉଲ୍ଲେଖ ଥିବା ପ୍ୟାକେଟ୍‌ରେ ‘ମୌସୁମୀ’ ରସ ଦିଆଯାଇଥିଲା। ସେଥିରୁ ଗୋଟାଏ ପ୍ୟାକେଟ୍‌ ଦିଆଯିବା ପରେ ରୋଗୀଙ୍କର ସ୍ବାସ୍ଥ୍ୟରେ ଅବନତି ଘଟିଲା। ତୁରନ୍ତ ତାଙ୍କୁ ଆଉ ଗୋଟାଏ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଗଲା ଓ ସେଠରେ ତାଙ୍କର ମୃତ୍ୟୁ ଘଟିଲା।

‘ପ୍ଲିଟ୍‌ଲେଟ୍‌’ ପ୍ୟାକେଟ୍‌ଟି ନକଲି ଏବଂ ସେଥିରେ ରାସାୟନିକ ପଦାର୍ଥ ଓ ଶର୍କରା ଜାତୀୟ ଅଥବା ‘ମୌସୁମୀ’ ରସର ମିଶ୍ରଣ ଥିବା କଥା ଦ୍ବିତୀୟ ଡାକ୍ତରଖାନାର ଡାକ୍ତରମାନେ କହିଥିବା କଥା ତାଙ୍କ ପରିବାର ଲୋକେ କହିଛନ୍ତି। ସେଥିପାଇଁ, ଡାକ୍ତରଖାନାର କର୍ମଚାରୀଙ୍କ ଉପରେ ସରକାରଙ୍କ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଡାକ୍ତରଖାନା ମାଲିକ ପାଲଟା ଅଭିଯୋଗ କରି କହିଛନ୍ତି ଯେ, ‘ପ୍ଲିଟ୍‌ଲେଟ୍‌ସ୍‌’ ବ୍ୟାଗ୍‌ ରୋଗୀର ଆତ୍ମୀୟମାନେ ଯୋଗାଡ କରିଥିଲେ। ରୋଗୀଙ୍କର ‘ପ୍ଲିଟ୍‌ଲେଟ୍‌’ସ୍ତର ୧୭୦୦୦କୁ ଖସି ଆସିବାରୁ ‘ବ୍ଲଡ୍‌ ପ୍ଲିଟ୍‌ଲେଟ୍‌’ ଯୋଗାଡ଼ କରିବା ଲାଗି ତାଙ୍କ ଆତ୍ମୀୟମାନଙ୍କୁ କୁହାଯାଇଥିଲା।

ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରଟ୍‌ ସଞ୍ଜୟ କୁମାର ଖତ୍ରୀ କହିଛନ୍ତି, ତଦନ୍ତ ଚାଲିଛି ଏବଂ ଉକ୍ତ ‘ପ୍ଲିଟ୍‌ଲେଟ୍‌ସ୍‌’ ମଧ୍ୟ ପରୀକ୍ଷା କରାଯିବ।ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି ଡାକ୍ତରଖାନାକୁ ସିଲ୍ କରାଯାଇଛି ଏବଂ ନମୁନା ପରୀକ୍ଷା ନହେବା ପର୍ଯ୍ୟନ୍ତ ଏହା ରହିବ ବୋଲି ପ୍ରୟାଗର ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ କହିଛନ୍ତି। ପ୍ରୟାଗ ଜିଲ୍ଲା ମାଜିଷ୍ଟ୍ରେଟ ସଞ୍ଜୟ କୁମାର ଖଟ୍ରି କହିଛନ୍ତି ଯେ ତଦନ୍ତ ଚାଲିଛି ଏବଂ ପ୍ଲାଲେଟ ମଧ୍ୟ ପରୀକ୍ଷା କରାଯିବ।

Leave A Reply

Your email address will not be published.