ପ୍ରମୁଖ ଖବର

ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା
ପ୍ରଥମ ଥର ୩୦୦ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତ୍ବ
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ପୃଥିବୀର ସବୁଠାରୁ କୁନି ଗଣେଶ ଦେଖିଛନ୍ତି କି?

0

ବିଶାଳ ନୁହଁ କି ସୁଉଚ୍ଚ ନୁହଁ

ପୃଥିବୀର ସବୁଠାରୁ କୁନି ଗଣେଶ

ଭୁବନେଶ୍ୱର: ବ୍ରହ୍ମପୁରର ଶିଳ୍ପୀ ସତ୍ୟନାରାୟଣ ମହାରଣା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଗଣେଶ ପୂଜା ଅବସରରେ ଦେଢ ଇଞ୍ଚର ଗଣେଶ ତିଆରି କରିଛନ୍ତି । ଅଦରକାରୀ ସାମଗ୍ରୀ ତଥା ଚିରା ଫଟା ଖବରକାଗଜ, ପୁରୁଣା ରାକ୍ଷୀ ଓ ଅଠା ବ୍ୟବହାର କରି ସେ ରଥାରୁଢ ଗଣେଶ ମୂର୍ତି କରିବାରେ ସକ୍ଷମ ହୋଇଛନ୍ତି । ଏହି ରଥର ଉଚ୍ଚତା ୭ ଇଞ୍ଚ ଓ ଓସାର ୩ ଇଞ୍ଚ । ଏହା ସ୍ଥାନୀୟ ଅଞ୍ଚଳରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି । କୌତୂହଳର କଥା ହେଲା, ଏଥିରେ ମୂଷା ସାରଥୀ ସାଜି ରଥକୁ ଟାଣୁଛି । ପ୍ରଭୁ ଗଣେଶ ବିଶ୍ୱ ବ୍ରହ୍ମାଣ୍ଡ ଭ୍ରମଣ କରିବାକୁ ବାହାରିଛନ୍ତି । ଏହି ବିରଳ ଗଣେଶ ମୂର୍ତି ପାଇଁ ସତ୍ୟନାରାୟଣଙ୍କୁ ୩ ଦିନ ଲାଗିଥିଲା ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସେ ଭିଶ୍ୱର କ୍ଷୁଦ୍ର ରଥ ତିଆରି କରି ଏସିଆ ବୁକ୍‍ ଅଫ୍‍ ରେକର୍ଡସରେ ସ୍ଥାନ ପାଇଥିଲେ । କାଠ ଓ କପଡାରେ ନିର୍ମିତ ସେହି ଜଗନ୍ନାଥ ରଥର ଉଚ୍ଚତା ୧.୪ ଇଞ୍ଚ ଥିଲା ଓ ଓସାର ଥିଲା ୧.୩ ଇଞ୍ଚ । ରଥରେ ୧୬ ଚକ ଲାଗିଥିଲା । ୪ଟି ଘୋଡା, ଶୁଆ, ଓ ଦଧିନଉତି ମଧ୍ୟ ଖଞ୍ଚା ଯାଇଥିଲା ।

Leave A Reply

Your email address will not be published.