ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପୃଥିବୀର ସବୁଠାରୁ କୁନି ଗଣେଶ ଦେଖିଛନ୍ତି କି?

0

ବିଶାଳ ନୁହଁ କି ସୁଉଚ୍ଚ ନୁହଁ

ପୃଥିବୀର ସବୁଠାରୁ କୁନି ଗଣେଶ

ଭୁବନେଶ୍ୱର: ବ୍ରହ୍ମପୁରର ଶିଳ୍ପୀ ସତ୍ୟନାରାୟଣ ମହାରଣା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଗଣେଶ ପୂଜା ଅବସରରେ ଦେଢ ଇଞ୍ଚର ଗଣେଶ ତିଆରି କରିଛନ୍ତି । ଅଦରକାରୀ ସାମଗ୍ରୀ ତଥା ଚିରା ଫଟା ଖବରକାଗଜ, ପୁରୁଣା ରାକ୍ଷୀ ଓ ଅଠା ବ୍ୟବହାର କରି ସେ ରଥାରୁଢ ଗଣେଶ ମୂର୍ତି କରିବାରେ ସକ୍ଷମ ହୋଇଛନ୍ତି । ଏହି ରଥର ଉଚ୍ଚତା ୭ ଇଞ୍ଚ ଓ ଓସାର ୩ ଇଞ୍ଚ । ଏହା ସ୍ଥାନୀୟ ଅଞ୍ଚଳରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି । କୌତୂହଳର କଥା ହେଲା, ଏଥିରେ ମୂଷା ସାରଥୀ ସାଜି ରଥକୁ ଟାଣୁଛି । ପ୍ରଭୁ ଗଣେଶ ବିଶ୍ୱ ବ୍ରହ୍ମାଣ୍ଡ ଭ୍ରମଣ କରିବାକୁ ବାହାରିଛନ୍ତି । ଏହି ବିରଳ ଗଣେଶ ମୂର୍ତି ପାଇଁ ସତ୍ୟନାରାୟଣଙ୍କୁ ୩ ଦିନ ଲାଗିଥିଲା ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସେ ଭିଶ୍ୱର କ୍ଷୁଦ୍ର ରଥ ତିଆରି କରି ଏସିଆ ବୁକ୍‍ ଅଫ୍‍ ରେକର୍ଡସରେ ସ୍ଥାନ ପାଇଥିଲେ । କାଠ ଓ କପଡାରେ ନିର୍ମିତ ସେହି ଜଗନ୍ନାଥ ରଥର ଉଚ୍ଚତା ୧.୪ ଇଞ୍ଚ ଥିଲା ଓ ଓସାର ଥିଲା ୧.୩ ଇଞ୍ଚ । ରଥରେ ୧୬ ଚକ ଲାଗିଥିଲା । ୪ଟି ଘୋଡା, ଶୁଆ, ଓ ଦଧିନଉତି ମଧ୍ୟ ଖଞ୍ଚା ଯାଇଥିଲା ।

Leave A Reply

Your email address will not be published.