ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

୪୮ ଘଣ୍ଟା ମଧ୍ୟରେ ଉପକୂଳ ଓ ଉତ୍ତର ଓଡ଼ିଶା ରେ ବର୍ଷା ସମ୍ଭାବନା!

0

ଭୁବନେଶ୍ବର; ସକାଳ ୬.୦୦ ରେ ଉପଗ୍ରହ ରୁ ଉତ୍ତୋଳନ କରାଯାଇଥିବା ପାଣିପାଗ ଚିତ୍ର ଦର୍ଶାଉଛି ଯେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ଡିପ୍ରେଶନ ସକ୍ରିୟ ରହିଛି । ଏହି କ୍ଷେତ୍ର ଆସନ୍ତା ୦୬ ଘଣ୍ଟା ମଧ୍ୟରେ ଡିପ ଡିପ୍ରେଶନ ରେ ପରିଣତ ହେବ ଏବଂ ଗତିପଥ ପରିବର୍ତ୍ତନ କରି ଉତ୍ତର- ଉତ୍ତର ପୂର୍ବ ଦିଗ ରେ ଗତି କରି ଆସନ୍ତା କାଲି ସକାଳ ସୁଦ୍ଧା ରେ ବାତ୍ୟା ରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହି କ୍ଷେତ୍ର ଭୀଷଣ ବାତ୍ୟା ର ରୂପ ନେଇପାରେ। ଏହି କ୍ଷେତ୍ର ୨୫ ଅକ୍ଟୋବର ସକାଳେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ।

ଓଡ଼ିଶା ରେ ଏହି କ୍ଷେତ୍ର ପ୍ରଭାବ ରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ରେ ଆକାଶ ମେଘାଚ୍ଛନ୍ନ ରହିବା ସହ ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ହୋଇପାରେ। ପବନ ର ବେଗ ଏହି ସମୟ ରେ ୩୫-୪୫ କିମି ରହିପାରେ ।

ସେହିପରି ଆସନ୍ତା କାଲି ଉପକୂଳ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ସମେତ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ଆକାଶ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। ଉତ୍ତର ଉପକୂଳ ଓଡ଼ିଶା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଉପକୂଳ ରେ ପବନ ର ବେଗ ୪୦-୫୦ କିମି ରହିପାରେ । ବାଲେଶ୍ୱର ଜିଲ୍ଲା ରେ ପବନ ର ବେଗ ୫୦-୬୦କିମି ରହିପାରେ। ଓଡ଼ିଶା ଉପକୂଳ ସମୁଦ୍ର ଏହି ସମୟ ରେ ଅତ୍ୟନ୍ତ ଅଶାନ୍ତ ରହିବ ତେଣୁ ୨୫ ତାରିଖ ରାତି ଯାଏଁ ସମୁଦ୍ର କୁ ଯିବା ମନା।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.