ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ମହାକାଶରେ ସଫଳ ଅବସ୍ଥାନ କଲା ଏଲଭିଏମ୍୩

0

ଆନ୍ଧ୍ରପ୍ରଦେଶ; ସଫଳ ହେଲା ଇସ୍ରୋର ଐତିହାସିକ ମିଶନ । ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ଗଲା ଲଞ୍ଚ ଭେହକିଲ୍‌ ଏଲଭିଏମ୍୩। ରାତି ୧୨ଟା ୭ ମିନିଟରେ ଏଲଭିଏମ୩-ଏମ୨ ମହାକାଶକୁ ଯାତ୍ରା କରିଥିଲା । ଏଥିରେ ଏକାସଙ୍ଗେ ୩୬ଟି ସାଟେଲାଇଟ୍‌ ମହାକାଶ ପଠାଇଥିଲା ‘ଇସ୍ରୋ’ ।

ତେବେ ଏହା ସଫଳତାର ସହ ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାନ କରିଛି । ଏହାର ଓଜନ ସବୁଠାରୁ ଅଧିକ ଥିବାରୁ ଏହାକୁ ମିଶନ ବାହୁବଳି କୁହାଯାଏ । ଏଲଭିଏମ୍୩ ଲମ୍ବା ୪୩.୫ ମିଟର ଏବଂ ଓଜନର ୬୪୪ ଟନ୍‌ ରହିଛି । ପ୍ରଥମ ଥର ପାଇଁ ବ୍ୟାବସାୟିକ ମିଶନରେ ଯାଇଛି ଏଲଭିଏମ୍୩। ସାଟେଲାଇଟ୍‌ ଗୁଡିକର ଓଜନ ୫ ହଜାର ୭୯୬ କିଲୋଗ୍ରାମ ରହିଛି । ବର୍ତ୍ତମାନ ମିଶନ ପରେ ମହାକାଶରେ ୱାନୱେବର ସାଟେଲାଇଟ୍‌ ସଂଖ୍ୟା ୪୬୨ ହୋଇଛି । ସେପଟେ ୧୯୯୯ରୁ ଇସ୍ରୋ ୩୪୫ ବିଦେଶୀ ସାଟେଲାଇଟ୍‌ ମହାକାଶକୁ ପଠାଇ ସାରିଛି । ଏବେ ୩୬ଟି ମିଶି ଏହି ସଂଖ୍ୟା ୩୮୧ ହୋଇଛି ।

Leave A Reply

Your email address will not be published.