ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ମହାକାଶରେ ସଫଳ ଅବସ୍ଥାନ କଲା ଏଲଭିଏମ୍୩

0

ଆନ୍ଧ୍ରପ୍ରଦେଶ; ସଫଳ ହେଲା ଇସ୍ରୋର ଐତିହାସିକ ମିଶନ । ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ଗଲା ଲଞ୍ଚ ଭେହକିଲ୍‌ ଏଲଭିଏମ୍୩। ରାତି ୧୨ଟା ୭ ମିନିଟରେ ଏଲଭିଏମ୩-ଏମ୨ ମହାକାଶକୁ ଯାତ୍ରା କରିଥିଲା । ଏଥିରେ ଏକାସଙ୍ଗେ ୩୬ଟି ସାଟେଲାଇଟ୍‌ ମହାକାଶ ପଠାଇଥିଲା ‘ଇସ୍ରୋ’ ।

ତେବେ ଏହା ସଫଳତାର ସହ ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାନ କରିଛି । ଏହାର ଓଜନ ସବୁଠାରୁ ଅଧିକ ଥିବାରୁ ଏହାକୁ ମିଶନ ବାହୁବଳି କୁହାଯାଏ । ଏଲଭିଏମ୍୩ ଲମ୍ବା ୪୩.୫ ମିଟର ଏବଂ ଓଜନର ୬୪୪ ଟନ୍‌ ରହିଛି । ପ୍ରଥମ ଥର ପାଇଁ ବ୍ୟାବସାୟିକ ମିଶନରେ ଯାଇଛି ଏଲଭିଏମ୍୩। ସାଟେଲାଇଟ୍‌ ଗୁଡିକର ଓଜନ ୫ ହଜାର ୭୯୬ କିଲୋଗ୍ରାମ ରହିଛି । ବର୍ତ୍ତମାନ ମିଶନ ପରେ ମହାକାଶରେ ୱାନୱେବର ସାଟେଲାଇଟ୍‌ ସଂଖ୍ୟା ୪୬୨ ହୋଇଛି । ସେପଟେ ୧୯୯୯ରୁ ଇସ୍ରୋ ୩୪୫ ବିଦେଶୀ ସାଟେଲାଇଟ୍‌ ମହାକାଶକୁ ପଠାଇ ସାରିଛି । ଏବେ ୩୬ଟି ମିଶି ଏହି ସଂଖ୍ୟା ୩୮୧ ହୋଇଛି ।

Leave A Reply

Your email address will not be published.