ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍। ଗତ କିଛି ଦିନ ଧରି ବ୍ରିଟେନରେ ଲାଗି ରହିଥିବା ରାଜନୈତିକ ବିବାଦର ଅବସାନ ଘଟିଛି। ସମସ୍ତଙ୍କୁ ପଛରେ ପକାଇ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇଛନ୍ତି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ପ୍ରତିଦ୍ୱନ୍ଦ୍ୱୀ ପେନୀ ମୋର୍ଡୋଣ୍ଟ ନାଁ ପ୍ରତ୍ୟାହାର କରିବା ପରେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହେଲେ ସୁନକ । ସୁନକ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କୁ ୧୮୦ରୁ ଅଧିକ ସାଂସଦଙ୍କର ସମର୍ଥନ ମିଳିଛି ।

ସୂଚନାଯୋଗ୍ୟ; ଆସନ୍ତା ୨୮ ତାରିଖରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ୨୯ ତାରିଖରେ ନୂଆ କ୍ୟାବିନେଟ୍ ଗଠନ କରାଯାଇପାରେ । ୪୫ ଦିନ ଧରି ବ୍ରିଟେନର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ସୁନକଙ୍କୁ ଦୃଢ଼ ଦାବିବାର ବିବେଚନା କରାଯାଇଥିଲା । ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦୌଡ଼ରୁ ବାଦ୍ ପଡ଼ିଥିଲେ, ଯାହାପରେ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ବ୍ରିଟେନ ରାଜନୀତିରେ ଏହା ସବୁଠାରୁ ବଡ଼ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଗତ ତିନି ମାସ ଭିତରେ ସୁନକ ତୃତୀୟ ବ୍ୟକ୍ତି ଭାବେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।

ପ୍ରଥମେ ବୋରିସ୍ ଜନସନ୍ ଇସ୍ତଫା ଦେଇଥିଲେ । ଯାହା ପରେ ସୁନକଙ୍କୁ ନିର୍ବାଚନରେ ହରାଇ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ଲିଜ୍ ଟ୍ରସ । ହେଲେ ସେ ମଧ୍ୟ ବେଶୀ ଦିନ ଏହି ପଦରେ ରହିପାରିନଥିଲେ । ତାଙ୍କ ଇସ୍ତଫା ପରେ ସୁନକ ପୁଣିଥରେ ରେସରେ ସାମିଲ୍ ହୋଇଥିଲେ ଏବଂ ଏଥର ତାଙ୍କୁ ବିଜୟ ମିଳିଛି । ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା, ଭାରତ ପାଇଁ ଦୀପାବଳି ଉପହାର ବୋଲି କୁହାଯାଉଛି । ୨୦୧୯ରେ ବ୍ରିଟେନରେ ହୋଇଥିଲା ସାଧାରଣ ନିର୍ବାଚନ । ଆଉ ବିଜୟୀ ହୋଇଥିଲା କନଜରଭେଟିଭ ପାର୍ଟି । ୩ ବର୍ଷ ମଧ୍ୟରେ ୩ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ଆଉ ଏହାରି ଭିତରେ ଦଳ ଗ୍ରହଣ କରିଛି ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ । ବୋରିସ ସରକାରରେ ଋଷି ସୁନକ ଅର୍ଥମନ୍ତ୍ରୀ ଥିଲେ ।

Leave A Reply

Your email address will not be published.