ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍। ଗତ କିଛି ଦିନ ଧରି ବ୍ରିଟେନରେ ଲାଗି ରହିଥିବା ରାଜନୈତିକ ବିବାଦର ଅବସାନ ଘଟିଛି। ସମସ୍ତଙ୍କୁ ପଛରେ ପକାଇ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇଛନ୍ତି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ପ୍ରତିଦ୍ୱନ୍ଦ୍ୱୀ ପେନୀ ମୋର୍ଡୋଣ୍ଟ ନାଁ ପ୍ରତ୍ୟାହାର କରିବା ପରେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହେଲେ ସୁନକ । ସୁନକ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କୁ ୧୮୦ରୁ ଅଧିକ ସାଂସଦଙ୍କର ସମର୍ଥନ ମିଳିଛି ।

ସୂଚନାଯୋଗ୍ୟ; ଆସନ୍ତା ୨୮ ତାରିଖରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ୨୯ ତାରିଖରେ ନୂଆ କ୍ୟାବିନେଟ୍ ଗଠନ କରାଯାଇପାରେ । ୪୫ ଦିନ ଧରି ବ୍ରିଟେନର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ସୁନକଙ୍କୁ ଦୃଢ଼ ଦାବିବାର ବିବେଚନା କରାଯାଇଥିଲା । ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦୌଡ଼ରୁ ବାଦ୍ ପଡ଼ିଥିଲେ, ଯାହାପରେ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ବ୍ରିଟେନ ରାଜନୀତିରେ ଏହା ସବୁଠାରୁ ବଡ଼ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଗତ ତିନି ମାସ ଭିତରେ ସୁନକ ତୃତୀୟ ବ୍ୟକ୍ତି ଭାବେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।

ପ୍ରଥମେ ବୋରିସ୍ ଜନସନ୍ ଇସ୍ତଫା ଦେଇଥିଲେ । ଯାହା ପରେ ସୁନକଙ୍କୁ ନିର୍ବାଚନରେ ହରାଇ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ଲିଜ୍ ଟ୍ରସ । ହେଲେ ସେ ମଧ୍ୟ ବେଶୀ ଦିନ ଏହି ପଦରେ ରହିପାରିନଥିଲେ । ତାଙ୍କ ଇସ୍ତଫା ପରେ ସୁନକ ପୁଣିଥରେ ରେସରେ ସାମିଲ୍ ହୋଇଥିଲେ ଏବଂ ଏଥର ତାଙ୍କୁ ବିଜୟ ମିଳିଛି । ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା, ଭାରତ ପାଇଁ ଦୀପାବଳି ଉପହାର ବୋଲି କୁହାଯାଉଛି । ୨୦୧୯ରେ ବ୍ରିଟେନରେ ହୋଇଥିଲା ସାଧାରଣ ନିର୍ବାଚନ । ଆଉ ବିଜୟୀ ହୋଇଥିଲା କନଜରଭେଟିଭ ପାର୍ଟି । ୩ ବର୍ଷ ମଧ୍ୟରେ ୩ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ଆଉ ଏହାରି ଭିତରେ ଦଳ ଗ୍ରହଣ କରିଛି ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ । ବୋରିସ ସରକାରରେ ଋଷି ସୁନକ ଅର୍ଥମନ୍ତ୍ରୀ ଥିଲେ ।

Leave A Reply

Your email address will not be published.