ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଓହରିଲେ ଜନସନ୍, ରେସର ଆଗରେ ଭାରତୀୟ ବଂଶୋଦ୍ଭବ ସୁନକ

0

ବ୍ରିଟେନ; ବ୍ରିଟେନ୍‌ରେ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ କିଏ ହେବ ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାକୁ ନେଇ ଚାଲିଛି ଛକାପଞ୍ଝା । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦୌଡରୁ ଓହରିଛନ୍ତି ପୂର୍ବତନ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍ । ରବିବାର ଏନେଇ ସେ ଖୋଦ୍ ଘୋଷଣା କରିଛନ୍ତି । ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ସେ ମନା କରିଦେଇଛନ୍ତି । ଫଳରେ ଭାରତୀୟ ବଂଶୋଦ୍ଭବ ରୁଷି ସୁନକଙ୍କ ରାସ୍ତା ସଫା ହୋଇଯାଇଛି । ସେ ବ୍ରିଟେନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଆଜି ଏହା ସ୍ପଷ୍ଟ ହୋଇଯିବ ।

ସୂଚନା ଅନୁଯାୟୀ, ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ପଦ ରେସରେ ହାରିଥିବା ଭାରତୀୟ ବଂଶୋଦ୍ଧବ ଋଷି ସୁନକ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ରେସରେ ଆଗରେ ରହିଛନ୍ତି । ଚଳିତ ଥର ସେ ସବୁଠାରୁ ମଜବୁତ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି । ମିଡିଆ ରିପୋର୍ଟ ମୁତାବକ, ସୁନକଙ୍କ ପାଖରେ ୧୫୦ ସାଂସଦଙ୍କର ସମର୍ଥନ ଥିବା କୁହାଯାଉଛି । ଟୋରୀରେ ୩୫୭ ସାଂସଦ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮୦ ସାଂସଦ ସେମାନଙ୍କ ମତାମତକୁ ସାର୍ବଜନୀନ କରିଛନ୍ତି । ୫୦ରୁ ଅଧିକ ସାଂସଦ ରହିଛନ୍ତି ଯେଉଁମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମର୍ଥନରେ ବାହାରିଛନ୍ତି । ତେବେ ସେ ରେସରୁ ବାଦ ପଡିସାରିଛନ୍ତି । ସେପଟେ ବ୍ରିଟେନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ପେନୀ ମୋର୍ଡାଣ୍ଟଙ୍କର ସୁନକଙ୍କ ସହିତ ଲଢେଇ ହେବ । ସେ ମଧ୍ୟ ଜିତିବା ନେଇ ପ୍ରବଳ ଦାବି କରୁଛନ୍ତି । ତେବେ ତାଙ୍କ ପାଖରେ ୨୪ ସାଂସଦଙ୍କ ସମର୍ଥନ ରହିଛି ବୋଲି ସୂଚନା ମିଳିଛି।

ତେବେ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ ହେଲେ ୩୫୭ ସାଂସଦଙ୍କ ମଧ୍ୟରୁ ଶହେ ସାଂସଦଙ୍କ ଭୋଟ ଜଣେ ପ୍ରାର୍ଥୀଙ୍କୁ ଆବଶ୍ୟକ ହୋଇଥାଏ । ଯିଏ ସର୍ବାଧିକ ସାଂସଦଙ୍କ ସମର୍ଥନ ହାସଲ କରିପାରିବେ ସେ ଆଗାମୀ ପ୍ରଧାନମନ୍ତ୍ରୀ ହେବେ ।

Leave A Reply

Your email address will not be published.