ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପଦଯାତ୍ରା କରି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର, ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଠାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ତଥା ବିରୋଧୀ ଦଳର ଉପନେତା ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପଦଯାତ୍ରା ମାଧ୍ୟମରେ ପ୍ରଚାର କରିବେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅକ୍ଟୋବର ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ଆସନ୍ତାକାଲି ଧାମନଗର ବ୍ଲକର ଦୋବଲ ବଜାରରୁ ପଦଯାତ୍ରା ଆରମ୍ଭ କରି ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ଗ୍ରାମ ପଞ୍ଚାୟତର କୋଠାର ଛକ ଓ ଅସୁରାଳୀରେ ପ୍ରଚାର କରିବେ । ପରେ ଶହୀଦ ନଗର ସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ସେହି ସ୍ଥାନରେ ଶ୍ରୀ ପ୍ରଧାନଙ୍କ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଅକ୍ଟୋବର ୨୯ରେ ତିହିଡି ବ୍ଲକର ପାଳିଆ ବଜାର, ଗୌମାଳା ଓ ବୋଡାକ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପଦଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି

Leave A Reply

Your email address will not be published.