ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଚନ୍ଦ୍ରଗ୍ରହଣରେ ପାକତ୍ୟାଗ, ଦେବନୀତି ନିଷେଧକୁ ନେଇ ଦ୍ୱନ୍ଦ୍ୱ

0

ପୁରୀ; ଚଳିତବର୍ଷ ୮ ତାରିଖରେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣ। ଏହି ଦିନ ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିର ପ୍ରଶାସନ ସକାଳ ୮ଟା ୨୯ରେ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ନୀତିକାନ୍ତିରେ ଉଲ୍ଲେଖ କରିଛି । ଜ୍ୟୋତିର୍ବିଦମାନେ ସୂର୍ଯ୍ୟୋଦୟଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ବୋଲି କହୁଛନ୍ତି । ଏ ନେଇ ବିବାଦ ସୃଷ୍ଟି ହେବା ପରେ ତ୍ରୁଟିକୁ ସୁଧାରିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ନଭେମ୍ବର ପ୍ରଥମ ସପ୍ତାହରେ ନୀତି ସବକମିଟି ଓ ଛତିଶାନିଯୋଗ ବୈଠକରେ ଏ ନେଇ ଆଲୋଚନା କରାଯାଇ ତ୍ରୁଟିଶୂନ୍ୟ ନୀତିନିର୍ଘଣ୍ଟ କରାଯିବ ।

ସଂଶୋଧିତ ପଞ୍ଜିକା ଅନୁଯାୟୀ, ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଚନ୍ଦ୍ର ଗ୍ରହଣ ସ୍ପର୍ଶ କରୁଥିବା ବେଳେ ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ। ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହୋଇ ମଙ୍ଗଳଆଳତି, ମଇଲମ, ତପଡ଼ଲାଗି, ଅବକାଶ ଆଦି ସମସ୍ତ ନୀତିକାନ୍ତି କରାଯାଇ ଭୋର୍ ୫ଟାରେ ଉଠିବ ଭୋଗ ମଣ୍ଡପ। କାରଣ ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ସକାଳ ୮ଟା ୨୯ରୁ ଅନ୍ନଭୋଜନ, ପାକ, ଦେବ ନୀତି ନିଷେଧ।

ଜ୍ୟୋତିର୍ବିଦଙ୍କ କହିବା କଥା ହେଲା, ୮ ତାରିଖରେ ଅପରାହ୍ନ ୨ଟା ୩୮ ମିନିଟ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି । ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ । ଏହିଦିନ ସୂର୍ଯ୍ୟୋଦୟ ଅର୍ଥାତ ସକାଳ ୫ଟା ୫୪ମିନିଟ ୫୩ ସେକେଣ୍ଡରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ । ତେଣୁ ସୂର୍ଯ୍ୟୋଦୟ ପୂର୍ବରୁ ଡଙ୍ଗାଭସା କାମ ସରିବ । ତେଣୁ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ନୀତି ଚୂଡାନ୍ତ କରିଛି ସେଥିରେ ତ୍ରୁଟିଥିବା କହିଛନ୍ତି ଜ୍ୟୋତିର୍ବିଦ ।

ସେପଟେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ନଭେମ୍ବର ୧ କିମ୍ବା ୨ ତାରିଖରେ ନୀତି ସବ୍‌ କମିଟି ଓ ଛତିଶାନିଯୋଗ ବୈଠକ ହେବାର ଅଛି। ସେହି ବୈଠକରେ ଏହା ଉପରେ ଆଲୋଚନା ହୋଇ ନୀତି ନିର୍ଘଣ୍ଟ ବଦଳି ପାରେ।ଏନେଇ ଶ୍ରୀମନ୍ଦିର ଉପପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଏହି ଦିନ ଶୃଙ୍ଖଳିତ ନୀତି କରିବା ନିମନ୍ତେ ଖୁବ୍ ଶୀଘ୍ର ପାଳିଆ ସେବାୟତଙ୍କ ବୈଠକ କରାଯିବ।

Leave A Reply

Your email address will not be published.