ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଧବଳେଶ୍ୱର ଝୁଲା ପୋଲ ଉପରେ ଲାଗିଲା କଟକଣା

0

ଆଠଗଡ; ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲ ଉପରେ ଲାଗିଲା କଟକଣା । ତେବେ ଏହାର ଯାଞ୍ଚ ପାଇଁ ଏଡିଏମ ଙ୍କ ନେତୃତ୍ୱରେ ଏକ ଟିମ ଆଜି ଧବଳେଶ୍ବର ଗ୍ରସ୍ତ କରିବେ। ଆଜି ରାତିଠାରୁ ଆସନ୍ତାକାଲି ଝୁଲା ପୋଲ ବନ୍ଦ ରହିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି। ଅଧିକ ଲୋକ ଯାତାୟାତ ଉପରେ କଟକଣାବି ଲାଗୁ କରାଯାଇଛି। ସେହିପରି ଆସନ୍ତାବର୍ଷ ମଧ୍ୟରେ ନୂତନ ପୋଲର କାର୍ଯ୍ୟ ଶେଷ ହେଲେ ଭକ୍ତମାନେ ଉପକୃତ ହେବେ।

ଧବଳେଶ୍ୱର ଝୁଲା ପୋଲ କ୍ଷମତା କମିଥିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏକାସଙ୍ଗରେ ଧବଳେଶ୍ୱର ଝୁଲା ପୋଲରେ କେବଳ ୨୦୦ ଶ୍ରଦ୍ଧାଳଙ୍କୁ ଅନୁମତି ପ୍ରଦାନ କରାଯାଇଛି। କାର୍ତ୍ତିକ ଅବସରରେ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହେଉଥିବାବେଳେ ବ୍ରିଜର କ୍ଷମତା ଅନୁସାରେ ଲୋକଙ୍କୁ ଛଡ଼ା ଯାଉଛି । ଦିନକରେ ଝୁଲା ପୋଲରେ ୧୫ରୁ ୨୦ ହଜାର ଲୋକ ଯାତାୟାତ କରୁଥିଲେ । ୩ ମାସ ମଧ୍ୟରେ ସ୍ଥାୟୀ ବ୍ରିଜ୍‌ କାମ ସରିବାକୁ ଥିବା ବେଳେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଆଠଗଡ଼ ଉପଜିଲ୍ଲାପାଳ ନିବେଦନ କରିଛନ୍ତି। ସେପଟେ ଝୁଲା ପୋଲର ଯାଞ୍ଚ କରିଛନ୍ତି କୋଲକାତାରୁ ଆସିଥିବା ଟେକ୍ନିକାଲ୍‌ ଟିମ୍‌ ।

ସୂଚନା ଅନୁଯାୟୀ ଗୁଜୁରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ପରେ ସଚେତନ ହୋଇଛି ପ୍ରଶାସନ। ତେବେ ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩୨ ରେ ପହଞ୍ଚିଛି । ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହାସହ ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।

Leave A Reply

Your email address will not be published.