ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଲେକ ଭିକ୍ଟୋରିଆ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ

0

ନୂଆଦିଲ୍ଲୀ: ପାଣି ଭିତରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ। ମୱାନଜାରୁ ବୁକୋବା ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନ ତାଞ୍ଜାନିଆର ଲେକ ଭିକ୍ଟୋରିଆ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି। ବିମାନରେ ୪୯ ଜଣ ଯାତ୍ରୀ ଥିଲେ। ବୁଡ଼ିଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଅପରେଶନ ଜାରି ରହିଛି। ବିମାନ ଦୁର୍ଘଟଣାର ଭିଡିଓ ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟ ସୋଶାଲ ମିଡିଆରେ ଏବେ ଭାଇରାଲ ହୋଇଛି ।

ଆଫ୍ରିକାର ସର୍ବବୃହତ୍ତ ହ୍ରଦ ଲେକ ଭିକ୍ଟୋରିଆରେ ବିମାନଟି ଅଧା ବୁଡ଼ି ରହିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। କ୍ରାସ କରିଥିବା ବିମାନ ତାଞ୍ଜାନିଆର ସର୍ବବୃହତ ଘରୋଇ ମାଲିକାନା ଏୟାରଲାଇନ୍ସ ପ୍ରେସିକନ୍‌ ଏୟାର ବିମାନ PW 494 ବୋଲି ଜଣାପଡ଼ିଛି।  ଏହା ବୁକୋବା ବିମାନବନ୍ଦର ନିକଟରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.