ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆଜି ‘ବିଜେପି’ ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ

0

ନୂଆଦିଲ୍ଲୀ; ଆଗକୁ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ରହିଛି । ଏନେଇ ତାରିଖ ଘୋଷଣା ହେବା ପରେ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତି ବର୍ଷା କରିବାରେ ଲାଗିଛନ୍ତି । ଗତକାଲି କଂଗ୍ରେସ ତରଫରୁ ସଂକଳ୍ପ ପତ୍ର ଜାରି କରାଯାଇଥିବା ବେଳେ ଆଜି ବିଜେପି ବି ସଂକଳ୍ପପତ୍ର ଜାରି କରିଛି ।ଆଗାମୀ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆଜି ‘ବିଜେପି’ ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା ସହିତ ରାଜ୍ୟରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ପ୍ରଚଳନ କରିବ ବୋଲି ପ୍ରତିଶ୍ରୁତି ଦେଇଛି।

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସଂକଳ୍ପପତ୍ର ଜାରି କରି କହିଛନ୍ତି କି, ବିଜେପି ସରକାର ପୁଣି ଆସିଲେ ରାଜ୍ୟରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ । ଏହାସହ ରାଜ୍ୟରେ ୟୁନିଫର୍ମ ସିବିଲ କୋର୍ଡ ଲାଗୁ କରାଯିବ । ଏନେଇ ସରକାରଙ୍କ ତରଫରୁ ଏକ କମିଟି ଗଠନ କରାଯିବ । କେବଳ ଏତିକି ନୁହେଁ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୮ ଲକ୍ଷ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ ଆଉ ୫ ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ବିଜେପି ତାର ସଂକଳ୍ପପତ୍ରରେ ଉଲ୍ଲେଖ କରିଛି । ନଡ୍ଡା କହିଛନ୍ତି, ଏହି ‘ସଙ୍କଳ୍ପ ପତ୍ର’ ୧୧ଟି ପ୍ରତିଶ୍ରୁତି ଉପରେ ଆଧାରିତ। ଏହି ପ୍ରତିବଦ୍ଧତା ସମା‌ଜରେ ସମାନତା ଆଣିବା ସଙ୍ଗେ ସଙ୍ଗେ ଯୁବା ଓ କୃଷକ ସଶକ୍ତିକରଣ, ଉଦ୍ୟାନକୃଷି ସୁଦୃଢ଼ିକରଣ, ସରକାରୀ ଚାକିରିଆଙ୍କୁ ବିଚାର ପ୍ରଦାନ ଏବଂ ଅଧ୍ୟାତ୍ମିକ ପର୍ଯ୍ୟଟନକୁ ଅଗ୍ରସର କରାଇବ।

‘ବିଜେପି’ ସରକାର ‘ଶକ୍ତି’ ନାମରେ ଆରମ୍ଭ କରିବାକୁ ଥିବା କାର୍ଯ୍ୟକ୍ରମରେ ୧୦ ବର୍ଷରେ ୧୨,୦୦୦ କୋଟି ଟଙ୍କା ବ୍ୟୟ କରାଯାଇ ଧର୍ମକ୍ଷେତ୍ର ଏବଂ ମନ୍ଦିର ଚାରିପଟେ ଭିତ୍ତିଭୂମି ଓ ପରିବହନ ବିକାଶ କରିବ ବୋଲି ମଧ୍ୟ ସେ କହିଛନ୍ତି। ଏହାଛଡ଼ା, ରାଜ୍ୟର ମହିଳାମାନଙ୍କ ପୃଥକ୍‌ ଇସ୍ତାହାର ଉନ୍ମୋଚନ କରି ‘ବିଜେପି’ କହିଛି ଯେ, ୬ଷ୍ଠରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ସାଇକେଲ୍‌ ଓ ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିବା ଝିଅମାନଙ୍କୁ ‘ସ୍କୁଟି’ ପ୍ରଦାନ କରାଯିବ। ଏବଂ ସରକାରୀ ଚାକିରି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ରହିବ ବୋଲି ନଡ୍ଡା କହିଛନ୍ତି।

ବିଜେପି ସଂକଳ୍ପ ପତ୍ରରେ କୃଷକମାନଙ୍କ ପାଇଁ ବଡ ଘୋଷଣା କରିଛି । ବିଜେପି କହିଛି କି ସରକାର ଗଠନ ହେବା ପରେ ରାଜ୍ୟର କୃଷକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ କିସାନନିଧି ଯୋଜନାରେ ମୁଖ୍ୟମନ୍ତ୍ରୀ ଯୋଜନାକୁ ଯୋଡି ବାର୍ଷିକ ଅଧିକ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

Leave A Reply

Your email address will not be published.