ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ପ୍ରଥମ ଶିକାର କଲେ ନାମ୍ବିଆ ଆସିଥିବା ଚିତା

0

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିବା ୨ଟି ଚିତା ପ୍ରଥମ ଥର ପାଇଁ ଶିକାର କରିଛନ୍ତି । ସେମାନେ ଏନକ୍ଲୋଜରରେ ଏକ ଚିତଳ ହରିଣକୁ ଶିକାର କରି ଖାଇଥିବା ଜାତୀୟ ଉଦ୍ୟାନର କର୍ମଚାରୀ କହିଛନ୍ତି। ଗତ ୫ ତାରିଖରେ ଦୁଇ ଚିତା ଫ୍ରେଡି ଓ ଏଲଟନକୁ ବଡ଼ ଏକ୍ଲୋଜରକୁ ଛଡ଼ାଯାଇଥିଲା।

ସୂଚନା ଅନଯାୟୀ, ସେପ୍ଟେମ୍ବର ମାସରେ ନାମ୍ବିଆରୁ ଆସିଥିଲେ ୮ଟି ଚିତାବାଘ । ସେମାନଙ୍କ ମଧ୍ୟରୁ ୨ଟି ଚିତା ରବିବାର ଶିକାର କରିଛନ୍ତି ।ତେବେ ଗତକାଲି ବିଳମ୍ବିତ ରାତି କିମ୍ବା ଆଜି ଭୋରରୁ ଦୁହେଁ ଗୋଟିଏ ହରିଣକୁ ମାରି ଖାଇଥିବା ଜଣାପଡ଼ିଛି। ଏହାପରେ ଦୁହିଁଙ୍କୁ ଜାତୀୟ ଉଦ୍ୟାନର ମୁକ୍ତ ଜଙ୍ଗଲ ଭିତରକୁ ଛଡ଼ାଯିବ ବୋଲି ସୂଚନା ମିଳିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛୋଟ ଏନକ୍ଲୋଜରରୁ ବାହାର କରି ଦୁହିଁଙ୍କୁ ବଡ଼ ଏନକ୍ଲୋଜରରେ ଛଡ଼ାଯିବା ପରେ ଚିତା ଦୁଇଟି ଶିକାର କରିଥିବା ଜଣାପଡ଼ିଛି। ନାମ୍ବିଆରୁ ଆସିବା ପରେ ଏହା ସେମାନଙ୍କର ପ୍ରଥମ ଶିକାର ବୋଲି କୁହାଯାଇଛି।

ନାମ୍ବିଆରୁ ଆସିବା ପରେ ୮ଚିତାଙ୍କୁ ଏନକ୍ଲୋଜର ଭିତରକୁ ଛାଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସିବାର ଦେଢ଼ ମାସ ପରେ ଚିତାଗୁଡ଼ିକ ସୁସ୍ଥ ଥିବା ଓ ପରିବେଶ ସହ ଖାପ ଖୁଆଉଥିବା ନେଇ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଥିଲେ। ଦୁଇ ଚିତା ଏଠାକାର ଜଙ୍ଗଲ ଓ ପରିବେଶ ସହ ଖାପ ଖୁଆଇ ସାରିଥିବାରୁ ଖୁବଶୀଘ୍ର ବାକି ୩ ଚିତାକୁ ମଧ୍ୟ ଛଡ଼ାଯିବ ବୋଲି ମୋଦି ଟ୍ୱିଟ୍ କରି ସୂଚନା ଦେଇଥିଲେ।

Leave A Reply

Your email address will not be published.