ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ଆଜି ସେମିଫାଇନାଲ ମ୍ୟାଚରେ ଭାରତ-ଇଂଲଣ୍ଡ ମୁହାଁମୁହିଁ

0

ଆଡିଲେଡ: ଆଜି ଆଡିଲେଡରେ ଖେଳାଯିବ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ । ଏଥିରେ ମୁହାଁମୁହିଁ ହେବେ ଭାରତ ଏବଂ ଇଂଲଣ୍ଡ । ଆଜିର ମ୍ୟାଚ ଉଭୟ ଦଳ ପାଇଁ କର ବା ମର ସ୍ଥିତି ହେବ । ଯେଉଁ ଦଳ ଜିତିବ ଫାଇନାଲକୁ ଉନ୍ନୀତ ହେବ । ଏଥିପାଇଁ ଦୁଇ ଦଳ ଆଡିଲେଡ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୧୨ ଟି-୨୦ ବିଶ୍ୱକପରେ ଦୁଇ ଦଳ ଅନ୍ତିମ ଥର ପାଇଁ ମୁହାଁମୁହିଁ ହୋଇଥିଲେ । ଆଜିର ଏହି ମୁକାବିଲା ଭାରତକୁ ପୁଣିଥରେ ବିଶ୍ୱକପ ଫାଇନାଲରେ ପହଞ୍ଚି ଟାଇଟେଲ ଜିତିବାକୁ ସୁଯୋଗ ଦେବ । ଏହି ପିଚରେ କିଙ୍ଗ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ ରହିଛି । କିନ୍ତୁ ଓପନିଂ ଯୋଡିକୁ ନେଇ ଚିନ୍ତାରେ ଭାରତ । କେ ଏଲ ରାହୁଲ ଫର୍ମକୁ ଫେରିଥିବା ବେଳେ କ୍ୟାପଟେନ ରୋହିତ ଶର୍ମା ବଡ ସ୍କୋର କରିନପାରିବା ଦଳ ପାଇଁ ପ୍ରମୁଖ କାରଣ ପାଲଟିଛି । ସେପଟେ ଟିମ୍ ଇଣ୍ଡିଆକୁ ସାମ୍ନା କରିବାକୁ ଇଂଲଣ୍ଡ ରଣନୀତି ପ୍ରସ୍ତୁତ କରିଛି । କିନ୍ତୁ ଫର୍ମରେ ଥିବା ଟିମ୍ ଇଣ୍ଡିଆର ସ୍କାଏ ବା ସୂର୍ଯ୍ୟକୁମାର ଯାଦବଙ୍କ ଅନ୍ତିମ ମ୍ୟାଚର ବ୍ୟାଟିଂକୁ ଦେଖି ଚିନ୍ତାରେ ଇଂଲଣ୍ଡ । ଏହାରି ମଧ୍ୟରେ ଇଂଲଣ୍ଡ ମଧ୍ୟ ଚାହିଁବ ଭାରତକୁ ପରାସ୍ତ କରି ଟାଇଟେଲ ହାତେଇବାକୁ । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରେକର୍ଡ କହୁଛି ଭାରତ ସପକ୍ଷରେ ଏହି ମ୍ୟାଚ ଯିବ ।

Leave A Reply

Your email address will not be published.