ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଆଜି ସେମିଫାଇନାଲ ମ୍ୟାଚରେ ଭାରତ-ଇଂଲଣ୍ଡ ମୁହାଁମୁହିଁ

0

ଆଡିଲେଡ: ଆଜି ଆଡିଲେଡରେ ଖେଳାଯିବ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ । ଏଥିରେ ମୁହାଁମୁହିଁ ହେବେ ଭାରତ ଏବଂ ଇଂଲଣ୍ଡ । ଆଜିର ମ୍ୟାଚ ଉଭୟ ଦଳ ପାଇଁ କର ବା ମର ସ୍ଥିତି ହେବ । ଯେଉଁ ଦଳ ଜିତିବ ଫାଇନାଲକୁ ଉନ୍ନୀତ ହେବ । ଏଥିପାଇଁ ଦୁଇ ଦଳ ଆଡିଲେଡ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୧୨ ଟି-୨୦ ବିଶ୍ୱକପରେ ଦୁଇ ଦଳ ଅନ୍ତିମ ଥର ପାଇଁ ମୁହାଁମୁହିଁ ହୋଇଥିଲେ । ଆଜିର ଏହି ମୁକାବିଲା ଭାରତକୁ ପୁଣିଥରେ ବିଶ୍ୱକପ ଫାଇନାଲରେ ପହଞ୍ଚି ଟାଇଟେଲ ଜିତିବାକୁ ସୁଯୋଗ ଦେବ । ଏହି ପିଚରେ କିଙ୍ଗ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ ରହିଛି । କିନ୍ତୁ ଓପନିଂ ଯୋଡିକୁ ନେଇ ଚିନ୍ତାରେ ଭାରତ । କେ ଏଲ ରାହୁଲ ଫର୍ମକୁ ଫେରିଥିବା ବେଳେ କ୍ୟାପଟେନ ରୋହିତ ଶର୍ମା ବଡ ସ୍କୋର କରିନପାରିବା ଦଳ ପାଇଁ ପ୍ରମୁଖ କାରଣ ପାଲଟିଛି । ସେପଟେ ଟିମ୍ ଇଣ୍ଡିଆକୁ ସାମ୍ନା କରିବାକୁ ଇଂଲଣ୍ଡ ରଣନୀତି ପ୍ରସ୍ତୁତ କରିଛି । କିନ୍ତୁ ଫର୍ମରେ ଥିବା ଟିମ୍ ଇଣ୍ଡିଆର ସ୍କାଏ ବା ସୂର୍ଯ୍ୟକୁମାର ଯାଦବଙ୍କ ଅନ୍ତିମ ମ୍ୟାଚର ବ୍ୟାଟିଂକୁ ଦେଖି ଚିନ୍ତାରେ ଇଂଲଣ୍ଡ । ଏହାରି ମଧ୍ୟରେ ଇଂଲଣ୍ଡ ମଧ୍ୟ ଚାହିଁବ ଭାରତକୁ ପରାସ୍ତ କରି ଟାଇଟେଲ ହାତେଇବାକୁ । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରେକର୍ଡ କହୁଛି ଭାରତ ସପକ୍ଷରେ ଏହି ମ୍ୟାଚ ଯିବ ।

Leave A Reply

Your email address will not be published.