ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଲ୍ୟାଣ୍ଡଫଲ କଲା ବାତ୍ୟା ‘ମାଣ୍ଡୋସ୍’

0

ତାମିଲନାଡୁ; ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ କରିଛିବାତ୍ୟା ମାଣ୍ଡୋସ୍ । ମଧ୍ୟରାତ୍ରୀରେ ଚେନ୍ନାଇ ତାମିଲନାଡୁର ମହାବଳିପୁରମରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଲ୍ୟାଣ୍ଡଫଲ କରିଛି । ଏହି ସମୟରେ ଘଣ୍ଟାପ୍ରତି ୮୦ରୁ ଅଧିକ କିଲୋମିଟର ବେଗରେ ପବନ ବହିଥିଲା । ସାମୁଦ୍ରିକ ଝଡ ମେଣ୍ଡୋସ ସ୍ଥଳଭାଗ ଛୁଇଁବା ପରେ ଧିରେ ଧିରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ।

ଏହାର ପ୍ରଭାବରେ ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଂଚିପୁରମ ଜିଲ୍ଲାରେ ଭୀଷଣ ବର୍ଷା ସହ ଜୋରରେ ପବନ ବୋହୁଛି । ପ୍ରଶାସନ ପକ୍ଷରୁ ବାତ୍ୟା ଦୁର୍ବଳ ନହେବା ଯାଏଁ ଲୋକଙ୍କୁ ଘରୁ ନାବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସେପଟେ ଉତର-ତାମିଲନାଡୁ ଓ ଦକ୍ଷିଣଆନ୍ଧ୍ରପ୍ରଦେଶର ଉପକୁଳ ଜିଲ୍ଲାଗୁଡିକରେ ମୁଶଳ ଧାରରେ ବର୍ଷା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି । ଦିନ ସାଢ଼େ ୧୧ଟାରୁ ଏହା ଆହୁରି ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।

ସାମୁଦ୍ରିକ ଝଡକୁ ଆଖିରେ ରଖି ତାମିଲନାଡୁ, ପୁଡୁଚେରି ଓ ଆନ୍ଧ୍ରପ୍ରଦେଶରେ ରେଡ ଅଲର୍ଟ ଜାରି କରାଯାଇଛି । ଏହି ସବୁ ରାଜ୍ୟର ଉପକୂଳବର୍ତି ଜିଲ୍ଲାଗୁଡିକରେ ସ୍କୁଲ କଲେଜ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ପବନରେ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିବାବେଳେ କଚ୍ଚା ଘର ଉଡ଼ିଯାଇଛି । ବିଭିନ୍ନସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଚେନ୍ନାଇରେ ପ୍ରାୟ ୨୦୦ ଗଛ ଉପୁଡ଼ି ପଡ଼ିଛି ଓ ସହରର ରାସ୍ତାଘାଟରେ ପାଣି ଜମିଛି । ପ୍ରଶାସନ ଆଗୁଆ ପଦ‌କ୍ଷେପ ଗ୍ରହଣ କରିଥିବାରୁ ବଡ଼ ବିପତ୍ତି ଟଳିଯାଇଥିବା ଜଣାପଡ଼ିଛି।

ତେବେ ସ୍ଥିତିକୁ ଦେଖି ବିଭିନ୍ନ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ କରାଯାଇଛି । ୧୫ଟି ବିମାନକୁ ବାତିଲ କରିଦିଆଯାଇଛି । ଏନଡିଆରଏଫ ଓ ନୌସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ନିମନ୍ତେ ପ୍ରାୟ ୧୬,୦୦୦ ପୁଲିସ କର୍ମଚାରୀ, ୧୫୦୦ ହୋମ୍‌ଗାର୍ଡ, ‘ଏସ୍‌ଡିଆର୍‌ଏଫ୍‌’ର ୪୦ଜଣିଆ ଟିମ୍‌ ଓ ‘ଡିଡିଆର୍‌ଏଫ୍‌’ର ୧୨ଟି ଟିମ୍‌ ମୁତୟନ କରାଯାଇଥିଲା ବୋଲି ପୁଲିସ କହିଛି।

Leave A Reply

Your email address will not be published.