ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରିରୁ ତନାଘନା ଆରମ୍ଭ କଲେ ପାଣ୍ଡିଆନ୍‍

0

ଭୁବନେଶ୍ୱର: ଦୁର୍ଗାପୂଜା ପ୍ରକ୍ରିୟା ସରିନାହିଁ । ରାଜଧାନୀ ଭୁବନେଶ୍ୱର, କଟକ ଆଦି ଅଞ୍ଚଳରେ ଦେବୀଙ୍କ ଭସାଣୀ କାର୍ଯ୍ୟ ସମାହିତ ହେଉଛି । ଏପଟେ କିନ୍ତୁ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍‍ ଅଫିସର ଭି କାର୍ତିକେୟନ ପାଣ୍ଡିଆନ୍‍ ତନାଘନା ଆରମ୍ଭ କରିଦେଲେଣି । ସୁଦୂର ମାଲକାନଗିରିରୁ ସେ ତାଙ୍କର ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି । ଆଜି ସକାଳୁ ଶ୍ରୀ ପାଣ୍ଡିଆନ୍‍ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । କେବଳ ସେତିକି ନୁହେଁ, ସେ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ବୁଲି ଦେଖିବା ସହିତ ସେଠାରେ ଏକ ସମୀକ୍ଷା ବୈଠକ କରିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ସେଠାରେ ୫ଶହ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ ହଲ୍‍ ନିର୍ମାଣ କରାଯିବାକୁ ସ୍ଥିର ହୋଇଛି। ସେହିଭଳି ଆଉ ଦୁଇିଟି ଆମ୍ୱୁଲାନ୍‍ସ ଓ ୩ଟି ମହାପ୍ରୟାଣ ଗାଡି ଦେବାକୁ ଯୋଜନା ହୋଇଥିବା କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.