ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଘାରୁଛି କରୋନା ଚିନ୍ତା, ସତର୍କ ରହିବାକୁ ଆଇଏମଏର ଚେତାବନୀ

0

ପୁଣି କଡ଼ ଲେଉଟାଣି ମାରିଲାଣି ମହାମାରୀ କରୋନା । ଏନେଇ ଦେଶବାସୀଙ୍କୁ ସତର୍କ କରାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ। ଦେଶବାସୀଙ୍କୁ ତୁରନ୍ତ କୋଭିଡର ନିୟମ ପାଳନ କରିବା ସହିତ ସତର୍କ ସୂଚନା ଜାରି କରିଛି । ସଂସ୍ଥା ପକ୍ଷରୁ କୁହାଯାଇଛି କି, ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା, ନିୟମିତ ହାତ ଧୋଇବା ଓ ସାନିଟାଇଜରର ବ୍ୟବହାର କରିବାକୁ ପଡ଼ିବ । ଏହା ବ୍ୟତୀତ ଅଯଥା ବିଦେଶ ଗସ୍ତରେ ଯାଆନ୍ତୁ ନାହିଁ ବୋଲି ଆଇଏମଏ ପରାମର୍ଶ ଦେଇଛି। ସଂସ୍ଥା ଆହୁରି କହିଛି ଯେ ଯଦି କାହାର ଜ୍ୱର, କାଶ, ତଣ୍ଟି ଦରଜ ଓ ଝାଡ଼ ଇତ୍ୟାଦି ହେଉଛି, ତା’ହେଲେ ସେମାନେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏଥିସହ ସମସ୍ତେ ଯଥାଶୀଘ୍ର କରୋନା ବିରୋଧୀ ବୁଷ୍ଟର ଡୋଜ୍‌ ନିଅନ୍ତୁ।

ସେପଟେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଆଲର୍ଟରେ ରହିଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ବୁଷ୍ଟର ଡୋଜ୍‌ ସପକ୍ଷରେ ମତ ରଖିଛି। ଏସବୁ ଭିତରେ ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କୋଭିଡ ଟିକା କୋଭୋଭାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରିଛି। ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ଏହି ଟିକାକୁ ବୁଷ୍ଟର ଭାବେ ବ୍ୟବହାର କରାଯାଇ ପାରିବ। କୋଭିସିଲ୍ଡ ଓ କୋଭାକ୍ସିନର ଦୁଇଟି ଡୋଜ୍‌ ନେଇଥିବା ସମସ୍ତ ୧୮ ବର୍ଷର ଅଧିକ ବୟସ୍କ କୋଭୋଭାକ୍ସକୁ ବୁଷ୍ଟର ଭାବେ ନେଇପାରିବେ। ତେଣୁ ଡିସିଜିଆଇ ଏଥିପାଇଁ ଅନୁମତି ଦେଉ ବୋଲି ସେରମ ଅନୁରୋଧ କରିଛି।

Leave A Reply

Your email address will not be published.