ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

0

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇପିଏସସ୍ତରରେଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୨୦୦୯ ବ୍ୟାଚ୍‌ର ୩ ଜଣ ଆଇପିଏସ୍‌ଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୧୧ ଜିଲ୍ଲାରେ ନୂଆ ଏସ୍‌ପିମାନଙ୍କୁ ଅବସ୍ଥାପିତ କରାଯାଇଛି। ଜଗତସିଂହପୁର ଏସପି ଅଖିଳେଶ୍ବର ସିଂ ଡିଆଇଜି ଭାବେ ପଦୋନ୍ନତି ପାଇ ସ୍ପେଶାଲ ଆର୍ମଡ ଫୋର୍ସ (ଏସଏପି)ର ଡିଆଇଜି ଭାବେ ଅବସ୍ଥାପିତ ହୋଇଛନ୍ତି । ସେହିଭଳି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଅନୁଗୁଳ ଡିଆଜି ହୋଇଛନ୍ତି । ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଅଗ୍ନିଶମ ଓ ଗୃହରକ୍ଷୀ ବାହିନୀର ଡିଆଜି ଭାବେ ନିଯୁକ୍ତି ପାଇଛନ୍ତି ।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଅନୁଯାୟୀ ବାଲେଶ୍ବର ଏପସି ସୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସପି ଦାୟିତ୍ବ ତୁଲାଇବେ । ଯାଜପୁର ଏସପି ରାହୁଲ ପିଆର ଜଗତସିଂହପୁର ଏସପି ଭାବେ ବଦଳି ହୋଇଛନ୍ତି । ଅନୁଗୁଳ ଏସପି ଜଗମୋହନ ମୀନା ଗଞ୍ଜାମ ଏସପି ଭାର ଗ୍ରହଣ କରିବେ । ଢେଙ୍କାନାଳ ଏସପି ଏଲ ଦିବ୍ୟାଙ୍କୁ ଭିଜିଲାନସ ଏସପି ଭାବେ ବଦଳି କରିଛନ୍ତି ସରକାର ।

ନୂଆପଡ଼ା ଏପସି ପ୍ରତ୍ୟୁଷ ଦିବାକର ସୁନ୍ଦରଗଡ଼ ଏସପି ଭାବେ ବଦଳି ହୋଇଛନ୍ତି । କନ୍ଧମାଳ ଏସପି ଭୀନିତ ଅଗ୍ରଓ୍ବାଲଙ୍କୁ ଯାଜପୁର ଏସପି ଦାୟିତ୍ବ ମିଳିଛି । କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ ଏସପି ପଦ ମିଳିଥିଲା ବେଳେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ବାଲେଶ୍ବର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି ହୋଇଛନ୍ତି । ବାଲିଗୁଡ଼ା ଏସଡିପିଓ ଗୁନ୍ଦାଲ ରେଡି ନୂଆପଡ଼ା ଏସପି, ମାଲକାନଗିରି ଏସଡିପିଓ ଶୁଭେନ୍ଦୁ ପାତ୍ର କନ୍ଧମାଳ ଏସପି ହୋଇଛନ୍ତି । କେସିଙ୍ଗା ଏସଡିପିଓ ଅଭିନବ ସୋନକର କୋରାପୁଟ ଏସପି ଦାୟିତ୍ବ ସମ୍ଭାଳିବେ । ସ୍ପେଶାଲବ୍ରାଞ୍ଚ ଏସପି ଜ୍ଞାନରଂଜନ ମହାପାତ୍ରଙ୍କୁ ସରକାର ଢେଙ୍କାନାଳ ଏସପି ଭାର ଦେଇଛନ୍ତି 

Leave A Reply

Your email address will not be published.