ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଚୀନରେ ୨୫ ହଜାର ଟପିପାରେ ଦୈନିକ ମୃତ୍ୟୁ

0

ଚୀନ୍; ଚୀନରେ ମାଡଚାଲିଛି କରୋନା ମହାମାରୀ । ସେଠାରେ ସ୍ଥିତି ଏପରି ହୋଇଛି ଯେ ଦିନକରେ ପ୍ରାୟ ୯ ହଜାର ଲୋକଙ୍କ ଜୀବନ ନେଉଛି ମହାମାରୀ । ଆଗକୁ ଆହୁରି ଭୟଙ୍କର ରୂପ ନେଇପାରେ କୋଭିଡ୍‌ ସଂକ୍ରମଣ । ବ୍ରିଟେନ୍‌ର ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ ଅନୁଯାୟୀ, ଚୀନରେ ଏବେ କୋଭିଡ୍ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଜାନୁଆରୀ ୨୩ ବେଳକୁ ଚୀନ୍‌ରେ ଦୈନିକ କୋଭିଡ୍ ମୃତ୍ୟୁ ସଂଖ୍ୟା ୨୫ ହଜାର ଟପିପାରେ ବୋଲି ବେଶେଷଜ୍ଞ ଆକଳନ କରିଛନ୍ତି । ତେବେ ଚୀନ୍ ଏବେ କୋଭିଡ୍ ଡାଟା ଲୁଚାଉ ଥିବାରୁ ପ୍ରକୃତ ସତ ସାମ୍ନାକୁ ଆସିପାରୁନି । ଅନ୍ୟପଟେ ବଢୁଥିବା ସଂକ୍ରମଣକୁ ନେଇ ହୁ’ ପକ୍ଷରୁ ଚିନ୍ତା ପ୍ରକଟ କରିଛି ।

ଏନେଇ ଚାଇନାକୁ କରୋନା ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ । ଚାଇନା ଜାଣିଶୁଣି କରୋନା ତଥ୍ୟ ସାର୍ବଜନୀନ କରୁନି ଓ ବେଜିଂ ଚାହୁଁଛି ପୂରା ବିଶ୍ୱ ପୁଣିଥରେ ସଂକ୍ରମଣ ପଞ୍ଝାରେ ପଡ଼ୁ ବୋଲି ଅଭିଯୋଗ ହୋଇଛି । ହୁ’ର ଏପରି ପଦକ୍ଷେପ ପୂର୍ବରୁ ଭାରତ, ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ୧୦ଟି ଦେଶ ଚାଇନା ଫେରନ୍ତାଙ୍କ ଉପରେ କଟକଣା ଲଗାଇଥିଲେ । ଚାଇନାରୁ ଆସୁଥିବା ଲୋକମାନଙ୍କ ପାଇଁ କୋଭିଡ୍‌ ନେଗେଟିଭ ରିପୋର୍ଟ ଏହି ୧୦ ଦେଶ ବାଧ୍ୟତାମୂଳକ କରିଛନ୍ତି। ଏହି କଟକଣା ପରେ ହୁ’ ପକ୍ଷରୁ ଚାଇନାକୁ କରୋନା ସମ୍ପର୍କରେ ଅଧିକ ତଥ୍ୟ ଦୈନିକ ଭିତ୍ତିରେ ଦେବାକୁ କୁହାଯାଇଛି।

ଅନ୍ୟପକ୍ଷରେ ବିଭିନ୍ନ ଦେଶ ଚାଇନା ଫେରନ୍ତାଙ୍କ ଉପରେ କଟକଣା ଲଗାଇଥିବାରୁ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମର୍ଥନ କରିଛି। ସଂସ୍ଥା କହିଛି ଯେ, ଚାଇନାରୁ ଉପଯୁକ୍ତ ତଥ୍ୟ ଆସୁନି । ଏଥିପାଇଁ ବିଶ୍ୱର ବିଭିନ୍ନ ଦେଶ ନିଜ ନାଗରିକଙ୍କ ସୁରକ୍ଷା ପାଇଁ କଟକଣା ଲଗାଉଛନ୍ତି। ଏହାକୁ ସଂଗଠନ ବୁଝିପାରୁଛି। ତଥ୍ୟ ଆସିବା ପରେ ସବୁ କିଛି ସ୍ୱାଭାବିକ ହୋଇଯିବ ବୋଲି ହୁ’ ଆଶା କରିଛି।

Leave A Reply

Your email address will not be published.