ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ବନ୍ଧା ହେଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

0

ଭୁବନେଶ୍ବର; ବନ୍ଧା ହେଲେ ଭବାନୀପାଟଣା ମୁନିସିପାଲିଟି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ରେଡ୍ ପରେ ଗିରଫ ହୋଇଛନ୍ତି ସମୀର ଠାକୁର । ସମୀରଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ସମୀର ଠାକୁରଙ୍କର ଅମାପ ସମ୍ପତ୍ତି ରହିଛି । ଭବାନୀପାଟଣାରେ ବାବୁଙ୍କ ନାଁରେ ରହିଛି ୩ଟି ପ୍ଲଟ୍ । ଗୋଟେ ତିନିମହଲା ବିଲଡ଼ିଂ, ଗୋଟିଏ ଦୁଇମହଲା କୋଠା ରହିଛି । ଏହାସହ ୫୨ ଲକ୍ଷ ୫୬ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି ସମୀର ଠାକୁରଙ୍କ ନାଁରେ । ଘରୁ ନଗଦ ୪୯ ହଜାର ୧୬୩ ଟଙ୍କା ସହ ୨୫୦ଗ୍ରାମ୍ ସୁନା ଗହଣା ଓ୯୩୦ ଗ୍ରାମ ରୁପା ଠାବ ହୋଇଛି । ୮ଲକ୍ଷ ୫୭ହଜାର ଟଙ୍କାର ଗୋଟିଏ ୪ଚକିଆ ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଭାବନୀପାଟଣାର ୪ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ ।

Leave A Reply

Your email address will not be published.