ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଆତଙ୍କୀଙ୍କ ଗୁଳିମାଡରେ ୪ ମୃତ

0

ଜମ୍ମୁ-କଶ୍ମୀର; ଜମ୍ମୁ-କଶ୍ମୀରରେ ଘରେ ପଶି ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ଏଥିରେ ୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ରବିବାର ଜମ୍ମୁ-କଶ୍ମୀରର ରଜୌରୀର ସାଙ୍ଗରି ଗାଁରେ ଗାଁରେ ଦୁଇ ଜଣ ଯୁବକ ଏକ କାର୍‌ରେ ଆସି ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ଆକ୍ରମଣ ପରେ ଆତଙ୍କବାଦୀମାନେ କାର୍‌ରେ ଫେରାର ହୋଇଯାଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ରଜୌରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସିତ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

ସେହିପରି ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଆଗକୁ ଆହୁରି ବଢିପାରେ ମୃତ୍ୟୁସଂଖ୍ୟା । ଘଟଣା ପରେ ସଂପୃକ୍ତ ଅଞ୍ଚଳକୁ ସୁରକ୍ଷା କର୍ମୀମାନେ ଘେରାଉ କରି ରଖିଛନ୍ତି। ସେପଟେ ଏହି ଆକମ୍ରଣ ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

Leave A Reply

Your email address will not be published.