ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ରାତି ଅଧରେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଆକ୍ରମଣ ଉଦ୍ୟମ

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରାତି ଅଧରେ ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କ କାର୍‌କୁ କିଛି ଦୁର୍ବୃତ୍ତ ପିଛା କରିଥିବା ଅଭିଯୋଗ ହୋଇଛି । ସେମାନେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ସୂଚନା ରହିଛି । ଜାଣିବାକୁ ମିଳିଛି ଯେ ଦୁର୍ବୃତ୍ତମାନେ  ମହିଳା ସବ୍-ଇନ୍ସପେକ୍ଟରଙ୍କୁ ସାଇନ୍ସ ପାର୍କରୁ ପୁଲିସ ରିଜର୍ଭ ବାରାକ ପର୍ଯ୍ୟନ୍ତ ପିଛା କରିଥିଲେ।

ଏ ନେଇ ମହିଳା ଥାନାର ସବ୍ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି । ସେ ଗତକାଲି ବିଳମ୍ବିତ ରାତିରେ ଡ୍ୟୁଟି ସାରି ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିଲା । ଆଚାର୍ଯ୍ୟ ବିହାର ନିକଟ ସାଇନ୍ସ ପାର୍କ ପାଖରେ ତାଙ୍କ କାର୍‌କୁ ଧକ୍କା ଦେବାକୁ ଚେଷ୍ଟା କରିଥିଲା ଏକ ଇନୋଭା । ଏହାପରେ ଶୁଭଶ୍ରୀ ନିଜ ବାଟରେ ଯାଇଥିବା ବେଳେ ଅଭିଯୁକ୍ତମାନେ କିନ୍ତୁ ତାଙ୍କ ପିଛା କରିଥିଲେ । ଏପରିକି ସେମାନଙ୍କ ନିକଟରେ ମାରଣାସ୍ତ୍ର ଥିବା ବେଳେ ସେମାନେ ଶୁଭଶ୍ରୀଙ୍କୁ ଗାଳିଗୁଲଜ କରି ଧମକ ଦେଉଥିଲେ। ଏହି ଘଟଣା ସାମନାକୁ ଆସିବା ପରେ ଅଭିଯୁକ୍ତଙ୍କୁ ଧରିବାକୁ ଖାନତଲାସୀ ଆରମ୍ଭ କରିଛି ପୁଲିସ୍‌। ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ ଚାଲିଥିବା ବେଳେ ଗାଡ଼ିର କିମ୍ବା ଅଭିଯୁକ୍ତମାନଙ୍କର ଟେର ମିଳିପାରିନି।

କମିଶନରେଟ ପୁଲିସ୍‌ର କଡ଼ା ସୁରକ୍ଷା ବଳୟରେ ରହୁଥିବା ରାଜଧାନୀ ରାଜରାସ୍ତାରେ  ଜଣେ ପୁଲିସ୍‌ ଅଧିକାରୀ ସୁରକ୍ଷିତ ରହୁ ନ ଥିବା ବେଳେ ସାଧାରଣ ଲୋକ କେତେ ସୁରକ୍ଷିତ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.