ପ୍ରମୁଖ ଖବର

ଜବତ ହେଲା ଦୁର୍ଘଟଣାଘଟାଇଥିବା ଥର୍
ରାଜଧାନୀରେ ବଧୂହତ୍ୟା ଅଭି​‌ଯୋଗ, ସ୍ଵାମୀ ଗିରଫ
ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ
୩ ଦିନିଆ ଓଡିଶା ଗସ୍ତରେ ଆସିବେ ମୋହନ ଭାଗବତ
ଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଅଘଟଣ, ସମୁଦ୍ରରେ ବୁଡି ୩ ମୃତ
ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଜଳିଗଲା ପର୍ଯ୍ୟଟକଙ୍କ ବସ୍

0

ସାକ୍ଷୀଗୋପାଳ; ସାକ୍ଷୀଗୋପାଳ ମନ୍ଦିର ପାଖରେ ପାର୍କିଂ ହୋଇଥିବାବେଳେ ଏକ ବସ୍ ଜଳିଯାଇଛି। ସାକ୍ଷୀଗୋପାଳ ମନ୍ଦିର ପଛ ପଟେ ଘଟିଛି ଅଘଟଣ । ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇ ନଥିବା ବେଳେ ବସରେ ଥିବା ଯାତ୍ରୀଙ୍କ ଲୁଗା ପଟା ସହିତ ଆବଶ୍ୟକ ଜିନିଷ ପୋଡି ଯାଇଛି।

ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶରୁ ପୁରୀ ବୁଲିବାକୁ ପର୍ଯ୍ୟଟକମାନେ ଆସିଥିଲେ | ଆଜି ପର୍ଯ୍ୟଟକଙ୍କୁ ନେଇ ଆସିଥିବା ବସ ସାକ୍ଷୀଗୋପାଳ ମନ୍ଦିର ପଛପଟେ ଠିଆ ହୋଇଥିଲା। ଏବଂ ହଠାତ୍ ଏହି ବସରେ ନିଆଁ ଲାଗିଯାଇଥିଲା | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ପାର୍କିଂ କରି ଯାତ୍ରୀମାନେ ବାହାରେ ଖାଉଥିବା ବେଳେ ଅଗ୍ନିକାଣ୍ଡ ହୋଇଥିଲା ଯେଉଁଥିପାଇଁ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ବସ ପଛପଟେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଲିକ କାରଣରୁ ଅଗ୍ନିକାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି |

Leave A Reply

Your email address will not be published.