ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆଜିଠୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ

0

ଗୋୖହାଟୀ; ଆଜିଠାରୁ ଭାରତ-ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ । ଗୌହାଟୀରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଟି-୨୦ ସିରିଜ୍ ଜିତିବା ପରେ ଦିନିକିଆ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ । ପ୍ରଥମ ମ୍ୟାଚ୍‌କୁ ଟ୍ବେଣ୍ଟି-୨୦ରେ ବିଶ୍ରାମ ନେଇଥିବା ତାରକା ଖେଳାଳି ‌ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍‌ ରାହୁଲ, ଶ୍ରେୟସ ଆୟର ଫେରିଛନ୍ତି ।

ହେଲେ ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରା ପୁଣି ଦଳରୁ ବାଦ୍‌ ପଡ଼ିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବା ସହ ୫ ବରିଷ୍ଠ ଖେଳାଳି ଫେରିବା ଭାରତୀୟ ଦଳକୁ ଅତିରିକ୍ତ ବଳ ଯୋଗାଇଛି । ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ବିଶ୍ବକପ୍‌ ଖେଳାଯିବ । ଏହି ବିଶ୍ବକପ୍‌ ବର୍ଷର ଆଗାମୀ ୧୦ ମାସ ମଧ୍ୟରେ ଭାରତ ୧୫ ଦିନିକିଆ ‌ମ୍ୟାଚ୍‌ ସହ ଏସିଆ କପ୍‌ ଖେଳିବ । ଶ୍ରୀଲଙ୍କା ବିପକ୍ଷରୁ ଭାରତର ଏହା ବିଶ୍ବକପ୍‌ ପାଇଁ ପ୍ରସ୍ତୁତ ଅଭିଯାନ ।ଆଗକୁ ପଢନ୍ତୁ

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଶୀର୍ଷ ୫ ବ୍ୟାଟର୍‌ଙ୍କୁ ବାଛିବାରେ ଦଳ ବଡ଼ ସମସ୍ୟାରେ ପଡ଼ିବ। ଓପନର୍‌ ରୋହିତ ଏବଂ ନମ୍ବର ୩ କୋହଲି ଖେଳିବା ନିଶ୍ଚିତ ଥିଲା ବେଳେ ଫର୍ମକୁ ଦେଖି ଈଶାନ କିଶନ ଏବଂ ଆୟରଙ୍କୁ ବାଦ୍‌ ଦେବା କଷ୍ଟକର ହେବ । ଈଶାନ ବାଂଲାଦେଶ ବିପକ୍ଷରେ କ୍ୟାରିୟର ଶ୍ରେଷ୍ଠ ୨୧୦ ରନ୍‌ କରିଥିଲେ । ରୋହିତଙ୍କ ସହ ଓପନିଂ ପାଇଁ ଏହି ଯୁବ ତାରକାଙ୍କ ଲଢ଼େଇ ଶୁବମନ ଗିଲ୍‌ଙ୍କ ସହ ହେବ । ଆୟର ଗତ ବର୍ଷ ୧୫ ପାଳି ଖେଳି ୫୫.୬୯ ହାରାହାରିରେ ୭୨୪ ରନ୍‌ କରିଥିଲେ । ତାଙ୍କ ନିକଟରେ ଉପମହାଦେଶୀୟ ପିଚ୍‌ରେ ଷ୍ଟ୍ରାଇକ୍‌ ରୋଟେଟ୍‌ ଏବଂ ମିଡିଲ ଓଭର୍‌ରେ ସ୍ପିନ୍‌କୁ ଭଲ ଖେଳିବା କଳା ରହିଛି । ‌

Leave A Reply

Your email address will not be published.