ପ୍ରମୁଖ ଖବର

ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ଡବଲ ଡେକର ବସ
ଏବେ ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି ପାଇଁ ଜାଗା ମଞ୍ଜୁର କଲେ କେନ୍ଦ୍ର ସରକାର
ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅରୁଣପୁର ଗାଁ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୯ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ
ଫେବୃଆରୀ ୫ରେ ଦିଲ୍ଲୀ ଭୋଟ୍‌
ସଲମାନ ଖାନଙ୍କ ବାଲ୍‌କୋନୀରେ ଲାଗିଲା ବୁଲେଟ୍‌ ପ୍ରୁଫ୍‌ କାଚ
ହଂସିତା ଅଭିଲିପ୍ସାଙ୍କ ଘର ସହ ୧୨ଟି ସ୍ଥାନରେ ଆୟକର ବିଭାଗର ଚଢାଉ

ନବୀନ ନିବାସରେ ଏକାଠି ହେଲେ ଶତାଧିକ ହକିପ୍ରେମୀ

0

ଭୁବନେଶ୍ବର; ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା। କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି। ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍‌ ଆୟୋଜନ କରାଯାଇଛି। ତା ସହିତ ରାଉରକେଲାରେ ବିଶ୍ବର ବୃହତ୍ତମ ହକି ଷ୍ଟାଡିଅମ ବିର୍ସାମୁଣ୍ଡା ହକି ଷ୍ଟାଡିଅମ ମଧ୍ୟ ନିର୍ମିତ ହୋଇଛି। ସେଠାରେ ଖେଳାଯିବ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ। ତେଣୁ ପୁରା ସୁନ୍ଦରଗଡ ଜିଲ୍ଲାରେ ବିପୁଳ ଉତ୍ସାହ ଦେଖାଦେଇଛି।

ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମରେ ଚଳିତ ଥର ବିଶ୍ବକପ୍‌ର ଆୟୋଜନ କରାଯାଇଥିବାରୁ ସାରା ସୁନ୍ଦରଗଡ ଉତ୍ସବ ମୁଖର ହୋଇଉଠିଛି । ସମସ୍ତେ ବିଶେଷ କରି ଯୁବସମାଜ ମଧ୍ୟରେ ଦେଖାଦେଇଛି ଅପୂର୍ବ ଉତ୍ସାହ । ବିଶ୍ବକପ୍‌ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଆଜି ଶହ ଶହ ଯୁବକ ସାଇକେଲ ଯୋଗେ ଭୁବନେଶ୍ବର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହ ରାଉରକେଲାରେ ବିଶ୍ବକପର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସେମାନଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରତାପ ଜେନା ଓ ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ସୁବ୍ରତ ତରାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସେହିପରି ଆସନ୍ତାକାଲି କଟକରେ ଆୟୋଜିତ ହେଉଛି ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ସମାରୋହ। ଐତିହ୍ୟ ସହର କଟକକୁ ବିଶ୍ବକପ୍‌ ହକି ଆୟୋଜନରେ ସିଧାସଳଖ ଯୋଡି ଥିବାରୁ ପୂର୍ବତନ ବିଧାୟକ ତଥା କଟକ ନଗର ଶାନ୍ତି କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଭାତ ତ୍ରିପାଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ। ବିଶ୍ବକପ୍‌ ହକି ଉଦ୍‌ଘାଟନୀ ସମାରୋହ ସଫଳ ଭାବେ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ କଟକ ସହରବାସୀଙ୍କ ସହଯୋଗ କାମନା କରିଥିଲେ।

Leave A Reply

Your email address will not be published.