ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଚଳିତ ବର୍ଷ ଅଧିକ ଖରା, କମି ଯାଇପାରେ ବର୍ଷା !!

0

ଭୁବନେଶ୍ବର; ଏ ବର୍ଷ ଗ୍ରୀଷ୍ମ ଋତୁ ରେ ଅଧିକ ଖରା ହେବ। ଦିନ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ରହିଛି। କାରଣ ପ୍ରଶାନ୍ତ ମହାସାଗର ରେ ଗତ ୩ ବର୍ଷ ଧରି ସକ୍ରିୟ ରହିଥିବା ଲା- ନିନା ଏବେ କ୍ରମଶଃ ଦୁର୍ବଳ ହେବାକୁ ଯାଉଛି । ଲା – ନିନା ଦୁର୍ବଳ ହେବା ସହ ଫେବୃଆରୀ ପରେ ନିଉଟ୍ରାଲ ପରିସ୍ଥିତି ରହିବ ସେହିପରି ମୌସୁମୀ ଋତୁ ପ୍ରାରମ୍ଭ ରେ ଏଲନିନୋ ବିକଶିତ ପାଇଁ ବତାବରଣ ଅନୁକୂଳ ରହିଛି ବୋଲି ବିଭିନ୍ନ ଗ୍ଲୋବାଲ କ୍ଲାଇମେଟ୍ ମଡେଲ ଆକଳନ କରିଛନ୍ତି।

ଏଲନିନୋ ପ୍ରଶାନ୍ତ ମହାସାଗର ର ଏକ ଉଷ୍ମ ସାମୁଦ୍ରିକ ସ୍ରୋତ ଯାହାର ପ୍ରଭାବ ଭାରତୀୟ ମୌସୁମୀ ଉପରେ ପଡ଼ିଥାଏ। ଏଲନିନୋ ବର୍ଷ ଗୁଡ଼ିକରେ ବୃଷ୍ଟିପାତ କମିବା ସହ କିଛି ଅଞ୍ଚଳ ରେ ମରୁଡି ଭଳି ପରିସ୍ଥିତି ଦେଖିବାକୁ ମିଳିଥାଏ। ଏଲ ନିନୋ ବିକଶିତ ହେଲେ ଗ୍ରୀଷ୍ମ ଦିନ ରେ ଅଧିକ ତାପମାତ୍ରା ରହିବା ସହ ହିଟ୍ ୱେଭ୍ ଦିନ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ।

Leave A Reply

Your email address will not be published.