ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଆଗକୁ ଛଟେଇ ଘୋଷଣା କରିପାରେ ‘ମାଇକ୍ରୋସଫ୍ଟ୍‌’

0

ନ୍ୟୁଜ୍ ବ୍ୟୁରୋ; ବର୍ତ୍ତମାନ ଆଇଟି କଂପାନି ମାନଙ୍କର ମାନ୍ଦାବସ୍ଥା ଲାଗି ରହିଛି। ସାଘଂତିକ ଆର୍ଥିକ ପରିସ୍ଥିତିରୁ ମୁକ୍ତି ପାଇବା ଲାଗି ଅନ୍ୟାନ୍ୟ ବୃହତ୍‌ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଭଳି ‘ମାଇକ୍ରୋସଫ୍ଟ୍‌’ ମଧ୍ୟ ବିଶ୍ବବ୍ୟାପୀ ତା’ର କର୍ମଚାରୀଙ୍କ ସଂଖ୍ୟା ଆହୁରି ହ୍ରାସ କରିବାକୁ ପ୍ରସ୍ତୁତି କରୁଥିବା କଥା ମଙ୍ଗଳବାର ଦିନ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ‘ବ୍ଲୁମ୍‌ବର୍ଗ ନିଉଜ୍‌’ ରିପୋର୍ଟ ଅନୁସାରେ, ବୁଧବାରଠାରୁ ‘ମାଇକ୍ରୋସଫ୍ଟ୍‌’ ତା’ର ଇଞ୍ଜିନିୟରିଙ୍ଗ୍‌ ଡିଭିଜନ୍‌ଗୁଡ଼ିକରୁ କର୍ମଚାରୀ ଛଟେଇ ଘୋଷଣା କରିପାରେ। 

କିନ୍ତୁ, ଏହାକୁ ଗୁଜବ କହି ଏ ସଂକ୍ରାନ୍ତରେ ଟିପ୍ପଣୀ ଦେବାକୁ ‘ମାଇକ୍ରୋସଫ୍ଟ୍‌’ର ଜଣେ ମୁଖପାତ୍ର ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’କୁ ମନା କରିଦେଇଛନ୍ତି। ୨୨୦,୦୦୦ କର୍ମଚାରୀ ଅଛନ୍ତି ବୋଲି ‘ଇଣ୍ଡଷ୍ଟ୍ରି ଟ୍ରାକର୍‌ମାନେ’ କହୁଥିବା ୱାସିଂଟନ୍‌ ପ୍ରଦେଶସ୍ଥିତ ‘ମାଇକ୍ରୋସଫ୍ଟ’ ଗତବର୍ଷ ଦୁଇ ଥର ବିଭିନ୍ନ ‌ପାହ୍ୟାରେ କର୍ମଚାରୀଙ୍କୁ ଛଟେଇ କରିଥିଲା।

ଗତବର୍ଷର ଶେଷ ୩ ମାସର ଆୟ ଉପରେ ରିପୋର୍ଟ ଦେବାର ଏକ ସପ୍ତାହ ଆଗରୁ ନୂଆ ଛଟେଇ ପ୍ରସଙ୍ଗ ଘୋଷଣା କରାଯାଇଛି। ନିବେଶକମାନଙ୍କ ପ୍ରତି ଜାରି କରିଥିବା ‘ନୋଟ୍‌’ରେ ‘ୱେଡ୍‌ବସ୍‌ ଆନାଲିଷ୍ଟ୍‌’ ଡାନ୍‌ ଆଇଭ୍‌ସ୍‌ କହିଛନ୍ତି, ‘ସେଲ୍‌ଫୋର୍ସ’ ଏବଂ ‘ଆମାଜନ୍‌’ ପରି ପ୍ରମୁଖ କମ୍ପାନି ସବୁ ଉଲ୍ଲେଖଯୋଗ୍ୟସଂଖ୍ୟକ କର୍ମଚାରୀ ଛଟେଇ କରିଥିବା ଅଳ୍ପ କେତେ ସପ୍ତାହ ହେବ ଆମେ ଦେଖିଛୁ। ପ୍ରଯୁକ୍ତିବିଦ୍ୟା ସେକ୍ଟର୍‌ରେ ୫%ରୁ ୧୦% କର୍ମଚାରୀ ଛଟେଇ ହେବ ବୋଲି ଆଶା କରାଯାଉଛି

୨୦୨୩ରେ ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପୀ ୯୧ଟି କମ୍ପାନୀ ୨୪ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଆମାଜନ ଅନିଶ୍ଚିତତା ଅର୍ଥବ୍ୟବସ୍ଥାର କାରଣ ଦର୍ଶାଇ ତା’ର ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ସେଥିରେ ଭାରତରେ କାମ କରୁଥିବା ୧୦୦୦ କର୍ମଚାରୀ ଥିଲେ। ଛଟେଇ ସଂଖ୍ୟା ବୃଦ୍ଧି ପାଇବା ପରେ ଚାକିରି ଖୋଜିବାର ପ୍ରମୁଖ ମାଧ୍ୟମ ପାଲଟିଥିବା ‌ପ୍ରଫେସନାଲ୍‌ଙ୍କ ସୋସିଆଲ ମିଡିଆ ଆପ୍ ଲିଙ୍କଡ୍‌ଇନ୍ ଡାଉନ୍‌ଲୋଡ୍ ବଢ଼ିଯାଇଛି।

Leave A Reply

Your email address will not be published.