ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ଚଳିତ ବର୍ଷ ଅଧିକ ଖରା, କମି ଯାଇପାରେ ବର୍ଷା !!

0

ଭୁବନେଶ୍ବର; ଏ ବର୍ଷ ଗ୍ରୀଷ୍ମ ଋତୁ ରେ ଅଧିକ ଖରା ହେବ। ଦିନ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ରହିଛି। କାରଣ ପ୍ରଶାନ୍ତ ମହାସାଗର ରେ ଗତ ୩ ବର୍ଷ ଧରି ସକ୍ରିୟ ରହିଥିବା ଲା- ନିନା ଏବେ କ୍ରମଶଃ ଦୁର୍ବଳ ହେବାକୁ ଯାଉଛି । ଲା – ନିନା ଦୁର୍ବଳ ହେବା ସହ ଫେବୃଆରୀ ପରେ ନିଉଟ୍ରାଲ ପରିସ୍ଥିତି ରହିବ ସେହିପରି ମୌସୁମୀ ଋତୁ ପ୍ରାରମ୍ଭ ରେ ଏଲନିନୋ ବିକଶିତ ପାଇଁ ବତାବରଣ ଅନୁକୂଳ ରହିଛି ବୋଲି ବିଭିନ୍ନ ଗ୍ଲୋବାଲ କ୍ଲାଇମେଟ୍ ମଡେଲ ଆକଳନ କରିଛନ୍ତି।

ଏଲନିନୋ ପ୍ରଶାନ୍ତ ମହାସାଗର ର ଏକ ଉଷ୍ମ ସାମୁଦ୍ରିକ ସ୍ରୋତ ଯାହାର ପ୍ରଭାବ ଭାରତୀୟ ମୌସୁମୀ ଉପରେ ପଡ଼ିଥାଏ। ଏଲନିନୋ ବର୍ଷ ଗୁଡ଼ିକରେ ବୃଷ୍ଟିପାତ କମିବା ସହ କିଛି ଅଞ୍ଚଳ ରେ ମରୁଡି ଭଳି ପରିସ୍ଥିତି ଦେଖିବାକୁ ମିଳିଥାଏ। ଏଲ ନିନୋ ବିକଶିତ ହେଲେ ଗ୍ରୀଷ୍ମ ଦିନ ରେ ଅଧିକ ତାପମାତ୍ରା ରହିବା ସହ ହିଟ୍ ୱେଭ୍ ଦିନ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ।

Leave A Reply

Your email address will not be published.