ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ଉର୍ମିଳା ବି କରୁଥିଲେ ସାଧନା, କାହିଁକି ଜାଣନ୍ତୁ

0

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ଅାଶାରେ ୧୯୯୨ରୁ ଅନ୍ନ ସ୍ପର୍ଶ କରିନାହାନ୍ତି ଉର୍ମିଳା ଚତୁର୍ବେଦୀ । ସେ ରାମ ମନ୍ଦିର ନିର୍ମାଣ ଲାଗି ଅନନ୍ୟ ଉତ୍ସାହ ଦେଖାଇଛନ୍ତି । ୮୭ ବର୍ଷୀୟ ଏହି ମହିଳା ଜଣକ ଦୀର୍ଘ ୨୭ ବର୍ଷ ଧରି ଉପବାସ କରି ଆସୁଛନ୍ତି । ରାମ ମନ୍ଦିର ନିର୍ମାଣ ହେଲେ ସେ ଉପବାସ ଛାଡିବା ସହିତ ବ୍ରତ ଭାଙ୍ଗିବେ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦେଖିବା ଏହି ଉପବାସ ପଛର ଏକମାତ୍ର ଲକ୍ଷ୍ୟ ଥିଲା ।

ଅଯୋଧ୍ୟାରେ ମନ୍ଦିର ନିର୍ମାଣ ହେବା ପରେ ସେଠାକୁ ଯାଇ ରାମଲାଲଙ୍କୁ ଦର୍ଶନ କରିବା ପରେ ନିଜ ଉପବାସ ଭାଙ୍ଗିବେ ବୋଲି କହିଛନ୍ତିଉର୍ମିଳା । ଦୀର୍ଘ ୨୭ ବର୍ଷ କାଳ କେବଳ ଚା ଓ କଦଳୀ ଖାଇ ସେ ବଞ୍ଚିଥିଲେ । ଜବଲପୁରର ବିଜୟ ନଗର ଅଞ୍ଚଳରେ ରହୁଥିବା ଉର୍ମିଳା କହିଛନ୍ତି, ୧୯୯୨ମସିହାରେ ରାମ ମନ୍ଦିର ନିର୍ମାଣକୁ ନେଇ ଦେଖାଦେଇଥିବା ଦଙ୍ଗାରେ ଉଭୟ ହିନ୍ଦୁ ଓ ମୁସଲିମ ଭାଇମାନେ ପରସ୍ପରର ରକ୍ତରେ ହୋଲି ଖେଳିଥିଲେ । ଏହା ତାଙ୍କୁ ଅତ୍ୟନ୍ତ କଷ୍ଟ ଦେଇଥିଲା । ସେହିଦିନ ହିଁ ସଂକଳ୍ପ ନେଇଥିଲେ ଭାଇଚାରା ସହ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲେ ଯାଇ ସେ ଅନ୍ନ ସ୍ପର୍ଶ କରିବେ । ଏହାରି ମଧ୍ୟରେ ଅଦାଲତରେ ମାମଲା ଚାଲୁ ରହିଥିଲା । ଶନିବାରର ଶୁଣାଣି ପରେ ଉର୍ମିଳା ଖୁସିରେ ଅାତ୍ମହରା ହୋଇ ପ୍ରଭୁ ଶ୍ରୀରାମଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ ।

Leave A Reply

Your email address will not be published.