ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ନିରଞ୍ଜନଙ୍କ ସପକ୍ଷରେ ଅଣ୍ଟା ଭିଡିଲେ ଜିତେନ୍ଦ୍ର

0

ପିସିସି ସଭାପତି ପରିବର୍ତନ ପ୍ରଶ୍ନ ଉଠୁନାହିଁ
ବୟାନବାଜି କଲେ କାର୍ଯ୍ୟାନୁଷ୍ଠାନ ଡର ଦେଖାଇଲେ
ନିରଞ୍ଜନଙ୍କ ସପକ୍ଷବାଦୀ ଏକ ହୋଟେଲରେ ମେଳି କରିଛନ୍ତି
ପୂର୍ବରୁ ମୋକିମ୍‍ଙ୍କୁ ସଭାପତି କରିବାକୁ ଚାପ ସୃଷ୍ଟି ହୋଇଥିଲା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପଦରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ଏବେ ପରିବର୍ତନ କରାଯିବାର ପ୍ରଶ୍ନ ଉଠୁନାହିିଁ । ଆଜି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ନୂଆଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ସୂଚନା ଦେଇଛନ୍ତି । କହିଛନ୍ତି, ଯଦି କୌଣସି ନେତାଙ୍କର କିଛି କହିବାର ଅଛି, ତେବେ ସେମାନେ ତାଙ୍କୁ କିମ୍ୱା ଦଳର ଅଧ୍ୟକ୍ଷାଙ୍କୁ କହିପାରିବେ । ଅନ୍ୟଥା ଦଳରେ ବିଶୃଙ୍ଖଳା ସୃଷ୍ଟିକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡରାଇଛନ୍ତି ଶ୍ରୀ ସିଂହ । ଏପରିକି ଶୃଙ୍ଖଳା ଭାଙ୍ଗି ଯଦି କିଏ ବୟାନ ବାଜିରେ ମାତନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଶ୍ରୀ ସିଂହ ରୋକ୍‍ଠୋକ୍‍ ଜଣାଇଛନ୍ତି । ଜିତେନ୍ଦ୍ରଙ୍କ ଏଭଳି ଅଭିଯୋଗ ପରେ କଂଗ୍ରେସ ନେତୃତ୍ୱ ପରିବର୍ତନ ପ୍ରସଙ୍ଗରେ ପୂର୍ଣ୍ଣଛେଦ ପଡିପାରେ ବୋଲି ରାଜନୈତିକ ମହଲ ଆଶା କରୁଛନ୍ତି ।

ତେବେ ଆଜି ରାଜଧାନୀର ଏକ ହୋଟେଲରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସପକ୍ଷରେ କିଛି କଂଗ୍ରେସ ନେତା ମେଳି ବାନ୍ଧିଛନ୍ତି । ସେଥିରେ କିଛି ବରିଷ୍ଠ ନେତା ମଧ୍ୟା ସାମିଲ ଥିବା ଜଣାପଡିଛି । ପୂର୍ବରୁ ଦଳର ଗୋଟିଏ ଗୋଷ୍ଠୀ ଦୁଇ ଦୁଇ ଥର ବୈଠକ କରି ପିସିସି ସଭାପତି ପରିବର୍ତନ କରିବା ଲାଗି ଚାପ ସୃଷ୍ଟି କରିଥିଲେ । ଜଣେ ଯୁବକଙ୍କୁ ଏହି ଦାୟିତ୍ୱ ଦିଆଯିବା ଦରକାର ବୋଲି ମତ ରଖି ସେମାନେ ବିଧାୟକ ମହମ୍ମଦ ମୋକିମଙ୍କ ସପକ୍ଷରେ ମତ ରଖିଥିଲେ । ସେବେଠାରୁ ରାଜ୍ୟ କଂଗ୍ରେସ ଅନ୍ତଃକନ୍ଦଳକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଜାରି ରହିଛି ।

Leave A Reply

Your email address will not be published.