ପ୍ରମୁଖ ଖବର

କଳାହାଣ୍ଡି: ରଙ୍ଗ ଖେଳି ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକ ମୃତ
କନ୍ଧମାଳରୁ ୭୩ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
ହୋଲିରେ ଅଘଟଣ, ରାଜଧାନୀ ଭୁବନେଶ୍ବରରେ ୨ ଜଣଙ୍କୁ ହତ୍ୟା

ନିରଞ୍ଜନଙ୍କ ସପକ୍ଷରେ ଅଣ୍ଟା ଭିଡିଲେ ଜିତେନ୍ଦ୍ର

0

ପିସିସି ସଭାପତି ପରିବର୍ତନ ପ୍ରଶ୍ନ ଉଠୁନାହିଁ
ବୟାନବାଜି କଲେ କାର୍ଯ୍ୟାନୁଷ୍ଠାନ ଡର ଦେଖାଇଲେ
ନିରଞ୍ଜନଙ୍କ ସପକ୍ଷବାଦୀ ଏକ ହୋଟେଲରେ ମେଳି କରିଛନ୍ତି
ପୂର୍ବରୁ ମୋକିମ୍‍ଙ୍କୁ ସଭାପତି କରିବାକୁ ଚାପ ସୃଷ୍ଟି ହୋଇଥିଲା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପଦରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ଏବେ ପରିବର୍ତନ କରାଯିବାର ପ୍ରଶ୍ନ ଉଠୁନାହିିଁ । ଆଜି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ନୂଆଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ସୂଚନା ଦେଇଛନ୍ତି । କହିଛନ୍ତି, ଯଦି କୌଣସି ନେତାଙ୍କର କିଛି କହିବାର ଅଛି, ତେବେ ସେମାନେ ତାଙ୍କୁ କିମ୍ୱା ଦଳର ଅଧ୍ୟକ୍ଷାଙ୍କୁ କହିପାରିବେ । ଅନ୍ୟଥା ଦଳରେ ବିଶୃଙ୍ଖଳା ସୃଷ୍ଟିକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡରାଇଛନ୍ତି ଶ୍ରୀ ସିଂହ । ଏପରିକି ଶୃଙ୍ଖଳା ଭାଙ୍ଗି ଯଦି କିଏ ବୟାନ ବାଜିରେ ମାତନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଶ୍ରୀ ସିଂହ ରୋକ୍‍ଠୋକ୍‍ ଜଣାଇଛନ୍ତି । ଜିତେନ୍ଦ୍ରଙ୍କ ଏଭଳି ଅଭିଯୋଗ ପରେ କଂଗ୍ରେସ ନେତୃତ୍ୱ ପରିବର୍ତନ ପ୍ରସଙ୍ଗରେ ପୂର୍ଣ୍ଣଛେଦ ପଡିପାରେ ବୋଲି ରାଜନୈତିକ ମହଲ ଆଶା କରୁଛନ୍ତି ।

ତେବେ ଆଜି ରାଜଧାନୀର ଏକ ହୋଟେଲରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସପକ୍ଷରେ କିଛି କଂଗ୍ରେସ ନେତା ମେଳି ବାନ୍ଧିଛନ୍ତି । ସେଥିରେ କିଛି ବରିଷ୍ଠ ନେତା ମଧ୍ୟା ସାମିଲ ଥିବା ଜଣାପଡିଛି । ପୂର୍ବରୁ ଦଳର ଗୋଟିଏ ଗୋଷ୍ଠୀ ଦୁଇ ଦୁଇ ଥର ବୈଠକ କରି ପିସିସି ସଭାପତି ପରିବର୍ତନ କରିବା ଲାଗି ଚାପ ସୃଷ୍ଟି କରିଥିଲେ । ଜଣେ ଯୁବକଙ୍କୁ ଏହି ଦାୟିତ୍ୱ ଦିଆଯିବା ଦରକାର ବୋଲି ମତ ରଖି ସେମାନେ ବିଧାୟକ ମହମ୍ମଦ ମୋକିମଙ୍କ ସପକ୍ଷରେ ମତ ରଖିଥିଲେ । ସେବେଠାରୁ ରାଜ୍ୟ କଂଗ୍ରେସ ଅନ୍ତଃକନ୍ଦଳକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଜାରି ରହିଛି ।

Leave A Reply

Your email address will not be published.