ପ୍ରମୁଖ ଖବର

କୋଇଲା କ୍ଷେତ୍ରରେ AI ବ୍ୟବହାରକୁ ଗୁରୁତ୍ୱ, ଏମସିଏଲ ସହ ଆଇଆଇଏମ ସମ୍ବଲପୁରର ଚୁକ୍ତି
ସୋମନାଥରେ ୭୫ ବର୍ଷ ପୂର୍ତ୍ତି ଉତ୍ସବ: ସାମିଲ ହେବେ ପ୍ରଧାନମନ୍ତ୍ରୀ
ଫ୍ୟାଶନ ଜଗତରୁ ଶାସନ ସତ୍ତା ପର୍ଯ୍ୟନ୍ତ; ବଙ୍ଗର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ଅଗ୍ନିମିତ୍ରା
ତାମିଲନାଡ଼ୁରେ ସରକାର ଗଢ଼ିବ ଟିଭିକେ, ରାଜ୍ୟପାଳଙ୍କ ନିକଟରେ ଦାବି ପେଶ କଲେ ବିଜୟ
ସୁଦୃଢ଼ ହେବ ଓଡ଼ିଶା-ବଙ୍ଗ ସମ୍ପର୍କ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦିଦିଙ୍କ ଦୁର୍ଗ ଭାଙ୍ଗିଲା: ଅମିତ ଶାହ

ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ନେତା ଓ କର୍ମୀ

0

ଭୁବନେଶ୍ବର; ସରକାରୀ ସ୍ଥିତ ବାସ ଭବନରେ ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ନେତା ଓ କର୍ମୀ। ଭୁବନେଶ୍ୱର ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ । ପାର୍ଥିବଶରୀରରେ ପୁଷ୍ପଗୁଚ୍ଛ ଦେଇ ଶେଷ ଦର୍ଶନ କଲେ । ଶେଷ ଦର୍ଶନ କରି ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡିଛନ୍ତି । ଏଥି ସହିତ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

ଦୀର୍ଘ ସାଢେ ଚାରି ଘଣ୍ଟା ଧରି ଡାକ୍ତରୀ ଦଳର ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ଡାକ୍ତରମାନେ ବଞ୍ଚାଇ ପାରିନାହାନ୍ତି । ହସ୍ପିଟାଲ୍‌ ପକ୍ଷରୁ ତାଙ୍କ ପରଲୋକ ସମ୍ପର୍କରେ ବିଧିବଦ୍ଧ ସୂଚନା ଦିଆଯିବା ସହିତ ଏକ ବିବୃତିରେ କୁହାଯାଇଥିଲା ଯେ ଗୋଟିଏ ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜି ବାହାରିଯାଇଛି । ଫଳରେ ହୃତ୍‌ପିଣ୍ଡ ଓ ବାମ ଫୁସ୍‌ଫୁସ୍‌ରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରଚୁର ରକ୍ତସ୍ରାବ ହୋଇଛି। ତାଙ୍କର ତୁରନ୍ତ ଅସ୍ତ୍ରୋପଚାର ପରେ ବି ଜୀବନ ରକ୍ଷା ସମ୍ଭବ ହୋଇନଥିଲା ।

ସୂଚନାଯୋଗ୍ୟ; ଶ୍ରଦ୍ଧାଞ୍ଜଳି ପରେ ଭୁବନେଶ୍ୱର ବିମାନବନ୍ଦର ନିଆଯାଇ ସେଠାରୁ ସ୍ୱତନ୍ତ୍ର ହେଲିକପଟରରେ ଝାରୁସୁଗୁଡା ନିଆଯାଉଛି । ଏହାପରେ ନିଜ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ହେବ । ନବ ଦାସଙ୍କ ମୃତ୍ୟୁ ପରେ ୩ ଦିନିଆ ଶୋକ ପାଳନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର ।

Leave A Reply

Your email address will not be published.