ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ବେଲଜିୟମ୍‌କୁ ପରାସ୍ତ କରି ଜର୍ମାନି ହେଲା ଚାମ୍ପିଅନ୍‌

0

ଭୁବନେଶ୍ବର: ରବିବାର ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଜର୍ମାନି ଓ ବେଲଜି୍ୟମ ମଧ୍ୟରେ କଡ୍ଡା ମୁକାବିଲା ହୋଇଛି।ଫାଇନାଲରେ ୫-୪ ଗୋଲ୍‌ରେ ବେଲଜିୟମକୁ ପରାସ୍ତ କରି ଜର୍ମାନୀ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଉଭୟ ଦଳ ୩-୩ ଗୋଲ୍‌ରେ ସୀମିତ ରହିଥିଲେ। ଫଳରେ ଫଳାଫଳ ପାଇଁ ସୁଟଆଉଟ ସହାୟତା ନିଆଯାଇଥିଲା। ଜର୍ମାନି ୩(୫)-୩(୪)‌ ଗୋଲ୍‌ରେ ଗତ ଚାମ୍ପିଅନ ବଲେଜିୟମ୍‌କୁ ପରାସ୍ତ କରି ପୁରୁଷ ହକି ବିଶ୍ବକପ୍‌ ଟ୍ରଫି ହାତେଇଛି। ଜର୍ମାନି ତୃତୀୟ ଥର ପାଇଁ ବିଶ୍ବକପ୍‌ ଟ୍ରଫି ହାସଲ କରିଛି। ଏହା ପୂର୍ବରୁ ୨୦୦୬ ଓ ୨୦୦୨ରେ ଜର୍ମାନି ବିଶ୍ବ ବିଜେତା ହୋଇଥିଲା।

ନିୟମିତ ସମୟରେ ବେଲଜିୟମ ପ୍ରଥମ କ୍ବାର୍ଟରରେ ଭଲ ପ୍ରଦର୍ଶନ କରିଥିଲା ୯ ଓ ୧୦ ମିନିଟରେ ଲଗାତାର ୨ଟି ଗୋଲ୍‌ ଦେଇ ୨-୦ ଆଗୁଆ ଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରର ଶେଷ ସମୟ ବେଳକୁ ଜର୍ମାନି ଏକ ଗୋଲ ଦେଇଥିଲା। ଜର୍ମାନି ୩ୟ ଓ ୪ର୍ଥ କ୍ବାର୍ଟରେ ଗୋଲ୍‌ (୪୦ ଓ ୪୭ ମିନିଟ) ଦେଇ ୩-୨ରେ ଅଗ୍ରଣୀ ଥିଲା। କିନ୍ତୁ ବେଲଜିୟମ ୫୮ ମିନିଟରେ ଏକ ଗୋଲ୍‌ ଦେଇ ସମାନ ସ୍ତରକୁ ଆଣିଥିଲା। ଫଳାଫଳ ନବାହାରିବାରୁ ଶେଷରେ ସୁଟ୍‌ଆଉଟ୍‌ର ସାହାର ନିଆଯାଇଥିଲା।

୩ୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ୩-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଏହି କାଂସ୍ୟ ପଦକ ହାସଲ କରିଥିଲା। ପ୍ରଥମ କ୍ବାର୍ଟରରେ କଙ୍ଗାରୁ ଦଳ ଭଲ ପ୍ରଦର୍ଶନ କରିଥିଲା। ୧୨ ମିନିଟରେ ଜେରେମି ହେୱାର୍ଡ ଏକ ପେନାଲ୍ଟି ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ବିତୀୟ କ୍ବାର୍ଟରରେ କୌଣସି ଗୋଲ୍‌ ହୋଇପାରି ନଥିଲା।

Leave A Reply

Your email address will not be published.