ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପାକିସ୍ତାନ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ

0

ପାକିସ୍ଥାନ; ପାକିସ୍ତାନ ପେଶାୱାରରେ ଥିବା ଏକ ମସଜିଦରେ ଆତ୍ମଘାତୀ ଆକ୍ରମଣ ହୋଇଛି । ଏହି ଧମାକାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କର ମୃତ୍ୟୁ ହାଇସାରିଥିବାବେଳେ, ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପେଶାୱାରର ପୋଲିସ ଲାଇନ୍ସ ପାଖରେ ଥିବା ମସଜିଦରେ ନମାଜ ପାଠ ପରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମସଜିଦ ସଂପୂର୍ଣ୍ଣ ଦୋହଲି ଯାଇଥିଲା।

ପେଶାୱାରର ଏଲଆରସି ହସ୍ପିଟାଲର ପ୍ରବକ୍ତା ମହମ୍ମଦ ଅସୀମଙ୍କ କହିବା ମୁତାବକ, ଏବେ ବି ଆହତମାନେ ହସ୍ପିଟାଲକୁ ଆସୁଛନ୍ତି । ସେମାନଙ୍କ ଭିତରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ସେହି ଅଂଚଳକୁ ପୂରାପୂରା ଘେରାବନ୍ଦୀ କରିଦିଆଯାଇଛି । କେବଳ ଆମ୍ବୁଲାନ୍ସକୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଛି । ପୋଲିସ ଅଧିକାରୀ ସିକନ୍ଦର ଖାନଙ୍କ କହିବା ମୁତାବକ, କିଛି ଲୋକ ମାଟି ତଳେ ଚାପି ହୋଇଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ; ୨୦୨୨ ମସିହା ମେ ୧୬ ତାରିଖରେ ମଧ୍ୟ ପାକିସ୍ତାନରେ ବିସ୍ଫୋରଣ ହୋଇଥିଲା । ପାକିସ୍ତାନର କରାଚିରେ ଏହି ବ୍ଲାଷ୍ଟ ହୋଇଥିଲା । ସେତେବେଳେ ଏମଏ ଜିନ୍ନା ରୋଡର ମେମନ୍ ମସଜିଦରେ ଏହି ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତା ସହିତ ୮ ଜଣ ଲୋକ ଆହତ ହୋଇଥିଲେ ।

Leave A Reply

Your email address will not be published.