ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ପାକିସ୍ତାନ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ

0

ପାକିସ୍ଥାନ; ପାକିସ୍ତାନ ପେଶାୱାରରେ ଥିବା ଏକ ମସଜିଦରେ ଆତ୍ମଘାତୀ ଆକ୍ରମଣ ହୋଇଛି । ଏହି ଧମାକାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କର ମୃତ୍ୟୁ ହାଇସାରିଥିବାବେଳେ, ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପେଶାୱାରର ପୋଲିସ ଲାଇନ୍ସ ପାଖରେ ଥିବା ମସଜିଦରେ ନମାଜ ପାଠ ପରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମସଜିଦ ସଂପୂର୍ଣ୍ଣ ଦୋହଲି ଯାଇଥିଲା।

ପେଶାୱାରର ଏଲଆରସି ହସ୍ପିଟାଲର ପ୍ରବକ୍ତା ମହମ୍ମଦ ଅସୀମଙ୍କ କହିବା ମୁତାବକ, ଏବେ ବି ଆହତମାନେ ହସ୍ପିଟାଲକୁ ଆସୁଛନ୍ତି । ସେମାନଙ୍କ ଭିତରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ସେହି ଅଂଚଳକୁ ପୂରାପୂରା ଘେରାବନ୍ଦୀ କରିଦିଆଯାଇଛି । କେବଳ ଆମ୍ବୁଲାନ୍ସକୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଛି । ପୋଲିସ ଅଧିକାରୀ ସିକନ୍ଦର ଖାନଙ୍କ କହିବା ମୁତାବକ, କିଛି ଲୋକ ମାଟି ତଳେ ଚାପି ହୋଇଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ; ୨୦୨୨ ମସିହା ମେ ୧୬ ତାରିଖରେ ମଧ୍ୟ ପାକିସ୍ତାନରେ ବିସ୍ଫୋରଣ ହୋଇଥିଲା । ପାକିସ୍ତାନର କରାଚିରେ ଏହି ବ୍ଲାଷ୍ଟ ହୋଇଥିଲା । ସେତେବେଳେ ଏମଏ ଜିନ୍ନା ରୋଡର ମେମନ୍ ମସଜିଦରେ ଏହି ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତା ସହିତ ୮ ଜଣ ଲୋକ ଆହତ ହୋଇଥିଲେ ।

Leave A Reply

Your email address will not be published.