ପ୍ରମୁଖ ଖବର

କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ

ଏୟାରପୋର୍ଟ ଥାନା ପାଇଖାନl ଟାଙ୍କିରୁ ମିଳିଛି ହାତ ଲେଖା ଚିଠି

0

ଝାରସୁଗୁଡ଼ା : ଝାରସୁଗୁଡାରେ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ପଡିଛି ଗୋପାଳର ହାତ ଲେଖା କାଗଜ। ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କିଛି ସୁରାଗ ପାଇଁ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନl ଟାଙ୍କିରେ ଖୋଳାଖୋଳି କରାଯାଇଛି । ଗୋପାଳର ହାତ ଲେଖା ଚିଠି ସେଠାରୁ ମିଳିଛି ।

କାଗଜରେ ଲୁଚି ରହିଥାଇପାରେ ନବ ଦାସ ହତ୍ୟାକାଣ୍ଡର ରହସ୍ୟ ? ସ୍ୱରେଜ ଟାଙ୍କି ଖୋଳିଲା ପରେ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି । ଗୋପାଳ ପାଇଖାନା କମଡରେ ଫ୍ଲସ୍ କରିଦେଇଥିଲା କାଗଜ । ଗତକାଲିଠାରୁ କାଗଜ ଖୋଜୁଥିଲା କ୍ରାଇମବ୍ରାଞ୍ଚ ଟିମ୍ । ତେବେ ସବୁଠାରୁ ବଡ କଥା ହେଉଛି, ହତ୍ୟାକାଣ୍ଡର କାରଣ କାଗଜରେ ଥିବା ଗୋପାଳ କହିଛି । ରିମାଣ୍ଡରେ ଦ୍ୱିତୀୟ ଦିନରେ ଗୋପାଳ ଗୁମର ଖୋଲୁଛି ।

ମିଳିଥିବା ସୂଚନା ଅନୁସାରେ ଗୁଳିକାଣ୍ଡ ଘଟଣା ପରେ ପୋଲିସ ଅଭିଯୁକ୍ତକୁ ବିମାନବନ୍ଦର ଥାନାକୁ ଆଣିିିଥିଲା । ଏହିଠାରେ ଅଧିକ ସମୟ ରହିବା ଭିତରେ ଅଭିଯୁକ୍ତ ପାଖରେ ଥିବା କିଛି କାଗଜକୁ ଥାନା ଭିତରେ ଥିବା ପାଇଖାନାରେ ପକାଇ ଫ୍ଲସ ମାରିଦେଇଥିଲେ । ତେଣୁ ସେହି କାଗଜଟି ପାଇଖାନା ଟାଙ୍କିରେ ରହିଥିବାରୁ ତଦନ୍ତକାରୀ ଟିମ୍ ଲାଟିନ୍ ଟାଙ୍କି ଖୋଳିଛି । ଆଉ ସେହି କାଗଜକୁ ପାଇଥିବା ସୂଚନା ରହିଛି । ଏବେ ସେହି କାଗଜପତ୍ରକୁ ଫରେନସିକ୍ ଲ୍ୟାବକୁ ପଠାଯିବ ବୋଲି ସୂଚନା ରହିଛି । ଏହି ଚିଠିରୁ କିଛି ବଡ଼ ସୁରାକ ମିଳିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ତଦନ୍ତକାରୀ ଦଳ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ କରିପାରେ ସିନ୍ ରିକ୍ରିଏସନ୍ ।

Leave A Reply

Your email address will not be published.