ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ବିକ୍ରମଦେବ ମହାବିଦ୍ୟାଳୟକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

0

ଜୟପୁର; ଜୟପୁରର ପ୍ରସିଦ୍ଧ ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ଏ ସଂକ୍ରାନ୍ତୀୟ  ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା  ଛାତ୍ରଛାତ୍ରୀମାନଙ୍କର  ବହୁ  ଦିନର  ଦାବି ଆଜି ପୂରଣ ହୋଇଛି। 

ବିକ୍ରମ ଦେବ ମହାବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା। ଏହି ମହାବିଦ୍ୟାଳୟରେ ଏବେ ୧୬ଟି ପିଜି, ୧୭ଟି ଅଣ୍ଡର ଗ୍ରାଜୁଏଟ୍ ପୋଗ୍ରାମ  ସହିତ ବିବିଏ, ବିସିଏ, ଓ  ବି.ଇଡି  ପାଠ୍ୟକ୍ରମ ଜାରି ରହିଛି ।

ବର୍ତ୍ତମାନ ଚାରି ହଜାର ଛାତ୍ରଛାତ୍ରୀ ଏଠାରେ  ଅଧ୍ୟୟନ  କରୁଛନ୍ତି । ଅବିଭକ୍ତ  କୋରାପୁଟ  ଜିଲ୍ଲାର  ସମସ୍ତ  କଲେଜ  ବ୍ରହ୍ମପୁର  ବିଶ୍ୱବିଦ୍ୟାଳୟ  ସହ  ଅନୁବନ୍ଧିତ  ହୋଇଛି । ବର୍ତ୍ତମାନ  ଏହି  ନୂଆ  ବିଶ୍ୱବିଦ୍ୟାଳୟ  ହେବା  ଦ୍ଵାରା କୋରାପୁଟ, ରାୟଗଡା, ନବରଙ୍ଗପୁର  ଓ  ମାଲକାନଗିରି  ଜିଲ୍ଲାର ହଜାର ହଜାର   ଛାତ୍ରଛାତ୍ରୀ   ଉପକୃତ  ହେବେ ।  ଦକ୍ଷିଣ ଓଡିଶାର ଉଚ୍ଚ ଶିକ୍ଷାକ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.