ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଅଭିଯୁକ୍ତ ଗୋପାଳ ଦାସଙ୍କ ରିମାଣ୍ଡ ଆଉ ୪ ଦିନ ବଢିଲା

0

ଝାରସୁଗୁଡା; ନବ ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସଙ୍କ ରିମାଣ୍ଡ ଆଉ ୪ ଦିନ ବଢିଛି। ଗୋପାଳ ଦାସଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ଆଜି ପ୍ରଥମ ଦଫା  ରିମାଣ୍ଡ ଶେଷ ହୋଇଥିଲା। ଏହାପରେ ପୁଣି କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କୁ ଆଉ ୯ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲା। ହେଲେ ଆଉ ୪ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି।

ସେପଟେ ଆଜି ପୁଣି ଥରେ ଅଭିଯୁକ୍ତ ଗୋପାଳର ପରିବାର ଲୋକଙ୍କୁ ଆଙ୍କୁଲି ସ୍ଥିତ ଘରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଗୋପାଳର ସ୍ତ୍ରୀ ଓ ପୁତୁରାକୁ ପଚରାଉଚରା କରିଛି ଟିମ୍ । ଏମକେସିଜି ମେଡିକାଲରେ ଏସବିଆଇ ଶାଖାରେ ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳ ଓ ତା ପରିବାରର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି । ଗତକାଲି ଗୋପାଳ ରହୁଥିବା କ୍ବାର୍ଟର୍ସ ସହିତ ଗାନ୍ଧିଛକ ଫାଣ୍ଡିକୁ ଗୋପାଳକୁ ନେଇ ପ୍ରମାଣ ଖୋଜିଥିଲା କ୍ରାଇମବ୍ରାଞ୍ଚ । ଏହି ସମୟରେ ତଦନ୍ତକାରୀ ଟିମ୍ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଗୋପାଳର ଡାଏରୀ ସହିତ କିଛି ହାତଲେଖା ଚିଠି ଜବତ କରିଛି କ୍ରାଇମବ୍ରାଞ୍ଚ ।

ଅଭିଯୁକ୍ତର କ୍ୱାର୍ଟର୍ସରୁ ଜବତ ଦଲିଲକୁ କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ କରୁଛି । ଗୁଳିମାଡ଼ରେ ଆହତ ଜୀବନ କୁମାର ନାୟକ ଏବଂ ଅନ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଏୟାରପୋର୍ଟ ପୋଲିସ ଷ୍ଟେସନ ଶୌଚାଳୟରୁ ଜବତ ହୋଇଥିବା ଗୋପାଳର ହାତଲେଖା କାଗଜକୁ ଯାଞ୍ଚ କରାଯାଉଛି । ସେଠାରୁ ୨୨ ଖଣ୍ଡ ଟୁକୁଡା କାଗଜ ଜବତ ହୋଇଛି । ଏଗୁଡିକ ଅଭିଯୁକ୍ତର ବୋଲି ପ୍ରମାଣିତ କରିବାକୁ ହସ୍ତଲିଖନ ବ୍ୟୁରୋକୁ ପଠାଯିବ ବୋଲି କ୍ରାଇମବ୍ରାଞ୍ଚ ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.