ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ପ୍ରକାଶ ପାଇଲା ଜେଇଇ ମେନ୍‌-୨୦୨୩ ପରୀକ୍ଷା ଫଳ

0

ଭୁବନେଶ୍ବର: ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନେସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍‌-୨୦୨୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ଏବେ ସେମାନଙ୍କ ଫଳାଫଳ jeemain.nta.nic.in ଜରିଆରେ ଦେଖିପାରିବେ।

ଚଳିତ ବର୍ଷ ଜାନୁଆରୀ ୨୪ରୁ  ଫେବୃଆରୀ ୧ ଯାଏଁ ପରୀକ୍ଷା ହୋଇଥିଲା ।ଯାହାର ଫଳ ଆଜି ପ୍ରକାଶ ପାଇଛି । ଚଳିତବର୍ଷ ସମୁଦାୟ ୮.୬ ଲକ୍ଷ ପରୀକ୍ଷାର୍ଥୀ ପେପର୍‌-୧ ପରୀକ୍ଷା ଦେଇଥିବା ‌ବେଳେ ୦.୪୬ ଲକ୍ଷ ପରୀକ୍ଷାର୍ଥୀ ପେପର୍‌-୨ ପରୀକ୍ଷା ଦେଇଥିଲେ। ଏନ୍‌ଟିଏ ଏହି ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ପରଠାରୁ ଏବର୍ଷ ସର୍ବାଧିକ ୯୫.୭୯ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ପରୀକ୍ଷା ୱେବ୍‌ସାଇଟ୍‌ରେ ଜେଇଇ ମେନ୍‌ ୨୦୨୩ର ଉତ୍ତର ବି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଓ ଉତ୍ତରକୁ ୱେବ୍‌ସାଇଟ୍‌ ଜରିଆରେ ଡାଉନ୍‌ଲୋଡ କରିପାରିବେ। ରେଜଲ୍ଟ ଜାଣିବା ପାଇଁ ନିଜର ଆପ୍ଲିକେସନ ନମ୍ବର ଏବଂ ଜନ୍ମ ତାରିଖକୁ ପାସଓ୍ବାର୍ଡ ଭାବେ ବ୍ୟବହାର କରି ଲଗଇନ୍ କରି ପାରିବେ ।

Leave A Reply

Your email address will not be published.