ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ନିର୍ବାଚନ କମିଶନଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ବଡରାୟ

0

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଓ ପ୍ରଧାନବିଚାରପତିଙ୍କୁ ନେଇ ଗଠିତ କମିଟିର ସୁପାରିସ ଅନୁସାରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେବେ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀଦଳର ନେତା ଓ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟିର ପରାମର୍ଶ କ୍ରମେ ନିର୍ବାଚନ କମିସନର ସମସ୍ତ ସଦସ୍ୟ ନିଯୁକ୍ତ ହେବେ। ସମଗ୍ର ନିର୍ବାଚନକୁ ​​ତଦାରଖ କରୁଥିବା ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନର ହିଁ ବିରୋଧୀ ପକ୍ଷ ଏବଂ ନ୍ୟାୟପାଳିକାକୁ ନେଇ ଗଠିତ କମିଟିର ପରାମର୍ଶରେ ହିଁ ନଯୁକ୍ତି ହେବେ।

ଜଷ୍ଟିସ କେଏମ ଜୋସେଫଙ୍କ ଦ୍ୱାରା ଗଠିତ ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ ଅଜୟ ରାସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷିକେଶ ରୟ ଏବଂ ଜଷ୍ଟିସ ସିଟି ରବିକୁମାର ପ୍ରମୁଖ ଅଛନ୍ତି। ରହିଛନ୍ତି। ଏହି ସାମ୍ବିଧାନିକ ବେଞ୍ଚ କହିଛନ୍ତି ଯେ, ନିର୍ବାଚନ ଅବାଧ ଓ ନିରପେକ୍ଷ ହେବା ଉଚିତ । ଏହାର ଶୁଦ୍ଧତା ବଜାୟ ରଖିବା ହିଁ ଭାରତ ନିର୍ବାଚନ ଆୟୋଗଙ୍କର ମୁଖ୍ୟ ଦାୟିତ୍ୱ । ନଚେତ୍ ଗଣତନ୍ତ୍ରରେ ବିପର୍ଯ୍ୟସ୍ତ ପରିଣାମ ଭୋଗିବାକୁ ପଡ଼ିପାରେ।

ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର(ଇସି)ଙ୍କ ନିଯୁକ୍ତି ପାଇଁ କଲେଜିୟମ ଭଳି ବ୍ୟବସ୍ଥା ପାଇଁ ଆବେଦନ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି କୋର୍ଟ। ଗତ ବର୍ଷ ନଭେମ୍ବର ୨୪ ରେ ବେଞ୍ଚ ଏହି ପ୍ରସଙ୍ଗରେ ନିଜର ରାୟ ସଂରକ୍ଷିତ ରଖିଥିଲେ।

Leave A Reply

Your email address will not be published.