ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ନାଗାଲାଣ୍ଡ ଓ ତ୍ରିପୁରାରେ ବିଜେପି,ମେଘାଳୟରେଏନପିପି

0

ନୂଆଦିଲ୍ଲୀ; ଆସିଯାଇଛି ୩ ଉତ୍ତର-ପୂର୍ବ ରାଜ୍ୟର ନିର୍ବାଚନୀ ଫଳାଫଳ। ବିଜେପି ଓ ତା’ର ସହଯୋଗୀ ଦଳ ଗୁଡ଼ିକ ମିଳିତ ଭାବେ ତ୍ରିପୁରା ଓ ନାଗାଲାଣ୍ଡରେ ବିଜୟୀ ହୋଇଛନ୍ତି। ତ୍ରିପୁରାରେ ବିଜେପି ଅଳ୍ପକେ ବାଜିମାତ କରିଥିବା ବେଳେ ନାଗାଲ୍ୟାଣ୍ଡରେ ଦଳ ଏନଡିପିପି ସହ ମିଶି ନିର୍ବାଚନ ବୈତରଣୀ ପାର ହୋଇଛି। ତେବେ ମେଘାଳୟବାସୀ କୌଣସି ଦଳକୁ ସରକାର ଗଠନ ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଦେଇ ନାହାନ୍ତି। ଅର୍ଥାତ ଏଠାରେ ଝୁଲା ବିଧାନସଭା ଦେଖିବାକୁ ମିଳିଛି। 

ତେବେ କନରାଡ ସାଙ୍ଗମାଙ୍କ ଦଳ ଏନପିପି ସର୍ବାଧିକ ୨୫ଟି ଆସନ ଜିତିଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୧। ଏନପିପି ରାଜ୍ୟରେ ୨୫ଟି ଆସନ ଜିତିଥିବା ବେଳେ ବିଜେପି ୪ଟି, କଂଗ୍ରେସ ୫ଟି ଓ ଅନ୍ୟାନ୍ୟ ଦଳ ୨୫ଟି ଆସନ ଜିତିଛନ୍ତି। ତ୍ରିପୁରାରେ ବିଜେପି ଓ ତା’ର ସହଯୋଗୀ ଦଳ ଆଇପିଏଫଟି ମିଳିତ ଭାବେ ୩୩ଟି ଆସନ ଜିତିଛନ୍ତି। ଏଠାରେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୧। ତେଣୁ ମ୍ୟାଜିକ ନମ୍ବର ଠାରୁ ବିଜେପି ମେଣ୍ଟ ମାତ୍ର ୨ଟି ଆସନ ଅଧିକ ଜିତିଛି। ୨୦୧୮ରେ ଏଠାରେ ବିଜେପି ମେଣ୍ଟ ୪୪ଟି ଆସନ ଜିତିଥିଲେ। ବିଜେପି ଏକାକୀ ୩୬ଟିରେ ଜିତିଥିବା ବେଳେ ଆଇପିଏଫଟି ୮ଟିରେ ବାଜିମାତ କରିଥିଲା।

ତେବେ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ଝୁଲା ବିଧାନସଭା ହେବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ନାସନାଲ ପିପୁଲ୍ସ ପାର୍ଟି (ଏନପିପି) ସରକାର ଗଠନ ପାଇଁ ବିଜେପିର ସମର୍ଥନ ଲୋଡ଼ିଛି । ଭୋଟ ଗଣତି ଶେଷ ହେବା ପରେ ଏନପିପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କୋନରାଡ୍ ସାଙ୍ଗମା ଫୋନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ କଥା ହୋଇଛନ୍ତି । ସେ ସରକାର ଗଠନ ପାଇଁ ବିଜେପିର ସମର୍ଥନ ଲୋଡ଼ିଥିବା କୁହାଯାଉଛି।

Leave A Reply

Your email address will not be published.