ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ସେନାର ଶକ୍ତି ବଢ଼ାଇବ ‘ଜେଟପ୍ୟାକ’

0

ନୂଆଦିଲ୍ଲୀ; ସେନାର ଶକ୍ତି ବଢ଼ାଇବ ‘ଜେଟପ୍ୟାକ’। ଆହୁରି ଶକ୍ତିଶାଳୀ ହୋଇପାରିବ ଭାରତୀୟ ସେନା। ବିମାନ ବିନା ଯବାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବ ଏହି ଜେଟପ୍ୟାକ ।

ସୂଚନାନୁସାରେ, ବ୍ରିଟେନ ପ୍ରତିରକ୍ଷା ବାହିନୀ ଠାରୁ ଜେଟ୍ ପ୍ୟାକ୍ କିଣିଛି ଭାରତ। ପ୍ରଥମ ପର୍ଯ୍ୟାୟରେ ୪୦ ଟି ଜେଟ୍ ପ୍ୟାକ୍ କିଣାଯାଇଛି। ଏହାକୁ ପିନ୍ଧି ଟ୍ରାଏଲ କରିଛନ୍ତି ଭାରତୀୟ ଯବାନ । ବୈଷୟିକ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ଜ୍ୟାକେଟ ପିନ୍ଧି ଆକାଶରେ ଉଡିବୁଲିଛନ୍ତି ଭାରତୀୟ ଯବାନ । ନିକଟରେ ଆଗ୍ରାରେ ଏହାର ଟ୍ରାଏଲ ରନ କରାଯାଇଛି । ଆଗ୍ରାର ଏରୋବର୍ଣ୍ଣ ଟ୍ରେନିଂ ସ୍କୁଲରେ ଏହି ଜ୍ୟାକେଟ ପିିନ୍ଧି କଳାକୌଶଳ ପ୍ରଦର୍ଶନ କରିଛନ୍ତି ଯବାନ।

ଏଥିସହ ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ଜେଟ୍ପ୍ୟାକ୍ ପିନ୍ଧି ୧୦ରୁ ୧୫ ମିଟର ଉଚ୍ଚ ଆକାଶରେ ଉଡିପାରିବେ ଯବାନ। ଏହାଦ୍ବାରା ପାହାଡ, ଜଙ୍ଗଲ ଓ ସୀମାରେ ସର୍ଭିଲାନ୍ସ କରିହେବା ସହ ଅପହଞ୍ଚ ଅଞ୍ଚଳରେ ପହଁଞ୍ଚିବାରେ ଦୁବିଧା ହେବ। ଏହାଛଡା ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଏହାର ବ୍ୟବହାର କରାଯାଇପାରିବ।

Leave A Reply

Your email address will not be published.