ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଗ୍ୟାସ ଲିକ ଯୋଗୁଁ ନିଆଁ ଲାଗି ୪ ଗୁରୁତର

0

ରାଉରକେଲା: ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଯିବା ଯୋଗୁ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ରାଉରକେଲା ସହରର ରେଲୱେ କଲୋନୀର ଛୋଟା ପାର୍କ ନିକଟରେ।

ସୂଚନାନୁସାରେ; ଆଜି ପ୍ରାୟ ଦିନ ସାଢେ଼ ୧୨ଟା ସମୟରେ ଏହି ଘଟଣା ଘଟିଥିଲା। ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍‌ରୁ ଟାଙ୍କି ଓହ୍ଲାଇବା ସମୟରେ ଗ୍ୟାସ ଲିକ୍ ହୋଇଥଲା । ସେତେବେଳେ ସେହି ନିକଟରେ ଏକ ଚୁଲିରେ ନିଆଁ ଜଳୁଥିଲା। ଗ୍ୟାସ୍ ଲିକ୍‌ ହେବା ପରେ ନିଆଁ ସଂସ୍ପର୍ଶରେ ଆସି ଯାଇଥିଲା ଓ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଉକ୍ତ ନିଆଁକୁ ଲିଭାଇବାକୁ ଯାଇ ୪ ଜଣ ପୋଡ଼ି ହୋଇଛନ୍ତି। ସେମାନଙ୍କ ଶରୀରର ପ୍ରାୟ ୩୦% ପୋଡ଼ି ଯାଇଛି। ଆହତମାନଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.